28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶବାଣଫୁଟାଇ ପାରିବେନି ଦିଲ୍ଲୀବାସୀ

ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ

ନୂଆଦିଲ୍ଲୀ : ଏବର୍ଷ ବି ଦିଲ୍ଲୀରେ ବାଣଫୁଟାଇ ପାରିବେନି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ଘୋଷଣା କରିଛନ୍ତି । ପ୍ରକୃତରେ ଦିଲ୍ଲୀ ସରକାର ସବୁ ଥର ପରି ଏଥର ମଧ୍ୟ ଥଣ୍ଡା ଋତୁ ସମୟରେ ବଢ଼ୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରତିବନ୍ଧକ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ରହିବ। ତେବେ‌ ଏହି ପତିବନ୍ଧକକୁ କଠୋର ଭାବରେ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ବ ବିଭାଗ ସହ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ। ଗୋପାଳ ରାୟ ଆହୁରି କହିଛନ୍ତି, କେଜ୍ରିଓ୍ବାଲ ସରକାର ଗତ ବର୍ଷ ଭଳି ଏଥର ମଧ୍ୟ ବାଣର ଉତ୍ପାଦନ, ଏହାକୁ ଗଚ୍ଛିତ କରି ରଖିବା, ବିକ୍ରି ତଥା ବ୍ୟବହାର ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ଥଣ୍ଡା ଋତୁରେ ହେବାକୁ ଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ନିଆଯାଇଛି। ଦିଲ୍ଲୀରେ ଏଥର ବାଣର ଅନଲାଇନ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking