27.1 C
Bhubaneswar
Thursday, March 19, 2026
Homeଖେଳଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମୋଇନ୍ ଅଲି

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମୋଇନ୍ ଅଲି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ରବିବାର ସନ୍ନ୍ୟାସ ଘୋଷଣା କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ମୋଇନ୍ ଅଲି। ଇଂଲଣ୍ଡ ପାଇଁ ଦୁଇ ଥର ବିଶ୍ଵକପ୍ ଜିତିଥିବା ମୋଇନ୍ ତାଙ୍କ ୧୦ ବର୍ଷର କ୍ୟାରିୟରରେ ଅନେକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ମୋଇନ୍‌ଙ୍କୁ ଚୟନ କରାଯାଇ ନ ଥିଲା, ଯେଉଁଥିପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୩୭ ବର୍ଷୀୟ ମୋଇନ ଇଂଲଣ୍ଡ ପାଇଁ ୬୮ ଟେଷ୍ଟ, ୧୩୮ ଦିନିକିଆ ଓ ୯୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୧୯ରେ ଦିନିକିଆ ବିଶ୍ଵକପ୍ ଓ ୨୦୨୨ରେ ଟି-୨୦ ବିଶ୍ଵକପ୍‌ ଜିତିଥିବା ଇଂଲଣ୍ଡ ଦଳର ଅଂଶ ଥିଲେ ମୋଇନ୍ ଅଲି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking