19.1 C
Bhubaneswar
Sunday, December 21, 2025
Homeଅପରାଧମଣିପୁରରେ ବ୍ୟାପକ ହେଲା ହିଂସା; ଜିରିବାମରେ ୬ ମୃତ

ମଣିପୁରରେ ବ୍ୟାପକ ହେଲା ହିଂସା; ଜିରିବାମରେ ୬ ମୃତ

ଇମ୍ଫାଲ: ବିଷ୍ଣୁପୁର ଜିଲ୍ଲାର ମୋଇରଙ୍ଗ ଅଞ୍ଚଳରେ ଥିବା ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ମରେରମ୍ବ କୋରେଙ୍ଗ ସିଂଙ୍କ ଘର ବାହାରେ ହୋଇଥିବା ରକେଟ୍ ମାଡ଼ ଘଟଣାର ଠିକ୍ ଦିନକ ପରେ ଜିରିବାମ୍‌ରେ ସଂଘଠିତ ହୋଇଛି ବ୍ୟାପକ ହିଂସାକାଣ୍ଡ। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ସରକାରୀ ରିପୋର୍ଟ ଅନୁସାରେ ନଙ୍ଗଚାପ୍ପୀ ଗ୍ରାମରେ ଆଜି ଭୋର ସମୟରେ ମୈତେଇ ସମ୍ପ୍ରଦାୟର ଜଣେ ବୃଦ୍ଧ ଶୋଇଥିବା ଅବସ୍ଥାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଫଳରେ ପ୍ରତିଶୋଧ ପରାୟଣ ହୋଇପଡିଥିବା ମୈତେଇ ସମ୍ପ୍ରଦାୟ ପକ୍ଷରୁ ପ୍ରତିପକ୍ଷ କୁକି ସମ୍ପ୍ରଦାୟର ଲୋକଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା। ସେହିପରି କୁକି ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା। ତେବେ ଏହି ଗୁଳିବିନିମୟ ପ୍ରକ୍ରିୟାରେ କୁକି ସମ୍ପ୍ରଦାୟର ୪ଜଣ ଏବଂ ମୈତେଇ ସମ୍ପ୍ରଦାୟର ଜଣକୁ ମିଶାଇ ମୋଟ୍ ୫ଜଣ ପ୍ରାଣ ହରାଇଛନ୍ତି।
ମୈତେଇ ଏବଂ କୁକି-ଜୋ ଆଦିବାସୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଜାତିଗତ ହିଂସା ରାଶିଦପୁରକୁ ସମ୍ପ୍ରସାରିତ ହୋଇଛି। ଶନିବାର ଭୋର ସମୟରୁ ଆରମ୍ଭ ହୋଇଥିବା ଗୁଳି ବିନିମୟ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଜାରି ରହିଥିଲା। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ôଚବା ପରେ ଉଭୟ ପକ୍ଷଙ୍କୁ ଘଟଣାସ୍ଥଳରୁ ଘଉଡାଇ ଦେଇଥିଲା। ଫଳରେ ଉଭୟ ପକ୍ଷରୁ ଗୁଳିଚାଳନା ବନ୍ଦ ହୋଇଥିôଲା। ତଥାପି ଅଞ୍ଚଳରେ ଉତ୍ତେଜନା ରହିଥିବାରୁ ସେଠାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରୀ ବିଦ୍ୟାଳୟ, ସରକାରୀ ସହାୟକ, ବେସରକାରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସାମର କାଚର ଜିଲ୍ଲା ସୀମାବର୍ତ୍ତୀ ମଣିପୁରର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ଜିରିବାମ୍‌ରେ ମ୍ରେ ମୈତେଇ୍‌, କୁକି-ଜୋ ଆଦିବାସୀ, ନାଗା ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ମିଶ୍ରିତ ଜନସଂଖ୍ୟା ଅଛି। ଗତ ବର୍ଷ ମେ’ ୩ରେ ସୃଷ୍ଟି ହୋଇଥିବା ଜାତିଗତ ହିଂସାକାଣ୍ଡ ପରେ ଏହି ଅଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ହିଂସାତ୍ମକ ହୋଇପଡିଛି। ଏହି ହିଂସାକାଣ୍ଡରେ ୨୩୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ପ୍ରାୟ ୬୦ହଜାର ଲୋକ ବିସ୍ଥାପିତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking