ଇମ୍ଫାଲ: ଗତ ଦେଢ ବର୍ଷ ଧରି ମଣିପୁରରେ ହିଂସା ଜାରି ରହିଛି । କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ହିଂସା ଥମିବାର ନାଁ ନେଉନାହିଁ । ଇତି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୈରେମ୍ବମ୍ କୋଇରେଙ୍ଗଙ୍କ ବାସଭବନ ପରିସରରେ ରକେଟ୍ ମାଡ ହୋଇଛି । ଏହି ଘଟଣାରେ ବିଷ୍ଣୁପୁରର ମୋଇରଙ୍ଗ ଅଞ୍ଚଳରେ ଉଗ୍ରବାଦୀଙ୍କ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏଠାରେ ଗୋଟିଏ ଦିନରେ ଏହା ଦ୍ୱିତୀୟ ରକେଟ୍ ଆକ୍ରମଣ । ଏହାପୂର୍ବରୁ ରାଜଧାନୀ ଇମ୍ଫାଲଠାରୁ ୪୫ କିଲୋମିଟର ଦୂରରେ ଥିବା ଟ୍ରୋଙ୍ଗ୍ଲାଓବିର ତଳିଆ ଆବାସିକ ଅଞ୍ଚଳ ଆଡ଼କୁ ନିକଟସ୍ଥ ପାହାଡ଼ରୁ ଏକ ରକେଟ୍ ମାଡ କରାଯାଇଥିଲା ।