16.1 C
Bhubaneswar
Saturday, December 20, 2025
Homeଓଡିଶାପ୍ରତି ପଞ୍ଚାୟତରେ ହେବ ମଡେଲ ବିଦ୍ୟାଳୟ

ପ୍ରତି ପଞ୍ଚାୟତରେ ହେବ ମଡେଲ ବିଦ୍ୟାଳୟ

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ। ଏନେଇ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ ହେବ। ଏହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ। ପ୍ରଥମ ପର୍ୟ୍ୟାୟରେ ରାଜ୍ୟରେ ଏମିତି ୫ଶହ ସ୍କୁଲ କରାଯିବ। ପରବର୍ତ୍ତୀ ପର୍ୟ୍ୟାୟରେ ସବୁ ପଞ୍ଚାତୟରେ ହେବ। ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ପ୍ରାଇଭେଟ ସ୍କୁଲକୁ ନଯାଇ ସମସ୍ତେ ଆସିବାକୁ ଇଚ୍ଛା ପ୍ରକାଶ କରିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking