ଭୁବନେଶ୍ୱର: ରାଜ୍ୟରେ ୧୨୮୦ଟି ଚେକଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୨୨-୨୫ ଭିତରେ ୧୨୮୦ଟି ଚେକଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ୨୦୨୫ ସୁଦ୍ଧା ୫୮୫ଟି ଚେକଡ୍ୟାମ ନିର୍ମାଣ ସରିବ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।