ନୂଆଦିଲ୍ଲୀ : ଇଣ୍ଡିଆନ ସୁପର ଲିଗ୍ ହେଉଛି ପୁରୁଷ ବୃତ୍ତିଗତ ଫୁଟବଲ୍ ଲିଗ୍ । ଏହା ହେଉଛି ଭାରତର ସବୁଠୁ ବଡ ଫୁଟବଲ୍ ଲିଗ୍ । ଅଲ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ଏବଂ ସେମାନଙ୍କର ବ୍ୟବସାୟିକ ଭାଗିଦାରୀ ଫୁଟବଲ୍ ସ୍ପୋର୍ଟସ୍ ଡେଭ୍ଲପମେଣ୍ଟଲିମିଟେଡ ଦ୍ୱାରା ଏହା ଆୟୋଜିତ ହୋଇଛି । ହିରୋ ମୋଟୋକର୍ପ ସହିତ ପ୍ରାୟୋଜକ ସମ୍ପର୍କ ପାଇଁ ଏହାକୁ ସରକାରୀ ଭାବରେ ହିରୋ ଇଣ୍ଡିଆନ ସୁପର ଲିଗ୍ ବୋଲି ମଧ୍ୟ କୁହାଯାଏ । ବର୍ତ୍ତମାନ ଏହି ଲିଗ୍ ୧୧ଟି କ୍ଲବକୁ ନେଇ ଗଠିତ । ଏହି ଟୁର୍ନାମେଣ୍ଟର ପ୍ରତ୍ୟେକ ସିଜିନ ସାଧାରଣତଃ ନଭେମ୍ବର ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥାଏ । ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟରେ, ପ୍ରତ୍ୟେକ କ୍ଲବ ଅନ୍ୟ କ୍ଲବ ବିରୁଦ୍ଧରେ ଏକ ରାଉଣ୍ଡ-ରୋବିନ୍ ଶୈଳୀରେ ଖେଳନ୍ତି । ଲିଗ୍ ପର୍ଯ୍ୟାୟ ଶେଷରେ ସର୍ବାଧିକ ପଏଣ୍ଟ ବିଶିଷ୍ଟ ଦଳ ପ୍ରିମିୟର୍ସ ଘୋଷିତ ହୁଏ ଓ ଲିଗ୍ ୱିନର୍ସ ସିଲ୍ଡ ନାମକ ଟ୍ରଫି ହାସଲ କରେ । ଶ୍ରେଷ୍ଠ ଚାରିଟି କ୍ଲବ ପ୍ଲେ-ଅଫ୍କୁ ଯାଆନ୍ତି ଓ ଫାଇନାଲରେ ଚାମ୍ପିଅନ୍ସ ନିର୍ଣ୍ଣୟ ପରେ ଇଣ୍ଡିଆନ୍ସ ସୁପର ଲିଗ୍ ଶେଷ ହୁଏ ।