20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶହଷ୍ଟେଲ କୋଠରିରୁ ସନ୍ଦିଗ୍ଧ ଅବସ୍ଥାରେ ଏନ୍‌ଆଇଏ ଅଧିକାରୀଙ୍କ ଝିଅର ଶବ ଉଦ୍ଧାର

ହଷ୍ଟେଲ କୋଠରିରୁ ସନ୍ଦିଗ୍ଧ ଅବସ୍ଥାରେ ଏନ୍‌ଆଇଏ ଅଧିକାରୀଙ୍କ ଝିଅର ଶବ ଉଦ୍ଧାର

ଲକ୍ଷ୍ନୌ: ଲକ୍ଷ୍ନୌସ୍ଥିତ ରାମ ମନୋହର ଲୋହିୟା ନ୍ୟାସନାଲ ଲ’ ୟୁନିଭର୍ସିଟି ହଷ୍ଟେଲରୁ ଜଣେ ଏନ୍‌ଆଇଏ ଅଧିକାରୀଙ୍କ ଝିଅ (୧୯)ଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାମ ଅନିକା ରସ୍ତୋଗୀ (୧୯) ଏବଂ ସେ ଏଲ୍‌ଏଲ୍‌ବିର ତୃତୀୟବର୍ଷର ଛାତ୍ରୀ ଥିଲେ । ଅନିକା, ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଦିଲ୍ଲୀ ଏନ୍‌ଆଇଏର ଆଇଜି ପଦରେ ଅବସ୍ଥାପିତ ସନ୍ତୋଷ ରସ୍ତୋଗୀଙ୍କ ଝିଅ ।

ତେବେ ଏହି ଘଟଣାକୁ ନେଇ ଚିନ୍ତାରେ ରାଜ୍ୟ ପ୍ରଶାସନ ଓ ପୁଲିସ ରହିଥିବା ବେଳେ ମାମଲା ରୁଜୁ ପୂର୍ବକ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ପୁଲିସ ରିପୋର୍ଟ ଅନୁସାରେ ଅନ୍ୟଦିନଗୁଡ଼ିକ ଭଳି ଅନିକା ଗତ କାଲି ରାତିରେ ମଧ୍ୟ ନିଜ କୋଠରିକୁ ଶୋଇବାକୁ ଯାଇଥିଲେ । କିନ୍ତୁ ସକାଳ ସମୟରେ ଅନେକ ସମୟ ଧରି ତାଙ୍କ ରୁମ୍ କବାଟ ବନ୍ଦ ରହିବାରୁ ତାଙ୍କ ସାଙ୍ଗମାନେ ତାଙ୍କୁ ଦୀର୍ଘ ସମୟ ଧରି ଫୋନ୍ କରିଥିଲେ, ଡାକିଥିଲେ । କିନ୍ତୁ ଭିତର ପଟୁ କୌଣସି ପ୍ରତିକ୍ରିୟା ମିଳିନଥିଲା ।

ପରେ ହଷ୍ଟେଲ ୱାର୍ଡନ୍‌ଙ୍କୁ ଏସମ୍ପର୍କରେ ଜଣାଇବା ପରେ ଅନିତା ରହୁଥିବା ରୁମ୍‌ର କବାଟ ଭଙ୍ଗାଯାଇଥିଲା । ଭିତରେ ଅନିତା ଚଟାଣରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍ କହିଛି । ତେବେ ଅନିକାଙ୍କ ଏଭଳି ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁହେବା ଘଟଣାକୁ ନେଇ ପୁଲିସ, ପ୍ରଶାସନ ଓ ବିଶ୍ୱବିଦ୍ୟାଳୟର ପ୍ରିନ୍ସପାଲ ଚିନ୍ତାରେ ପଡ଼ିଯାଇଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସହିତ ଅନିକାଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking