32.1 C
Bhubaneswar
Saturday, February 14, 2026
Homeଓଡିଶାହାତୀ ପାଦ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ

ହାତୀ ପାଦ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ

ବଲାଙ୍ଗୀର : ଭୋରୁ ଭୋରୁ ଦଳିଦେଲା ହାତୀ। ହାତୀ ପାଦ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ । ଛାରଖାର ହୋଇଗଲା ସଂସାର। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଳି ଗାଁରେ ଘଟିଛି। ମୃତ ଦମ୍ପତି ହେଲେ ନଲାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା । ଗତ ରାତିରେ ନିଜ କ୍ଷେତରେ ନଲାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା ଓ ସେମାନଙ୍କ ପୁଅବୋହୂ ବି ରହିଥିଲେ। ଭୋରୁ ଭୋରୁ କିଛି ଶବ୍ଦ ହେଉଥିବା ଶୁଣି ଯୋଶବନ୍ତି ବାହାରକୁ ଯାଇଥିଲେ।

ଫଳରେ ହାତୀ ସହ ତାଙ୍କର ମୁହାଁମୁହିଁ ହୋଇଥିଲା ଓ ହାତୀଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ପତ୍ନୀଙ୍କ ଚିତ୍କାର ଶୁଣି ନଲାମ୍ବର ସଙ୍ଗେସଙ୍ଗେ ବାହାରକୁ ଯିବାରୁ ହାତୀ ତାଙ୍କୁ ବି କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ପତିପତ୍ନୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଗାଁରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ଏଥିସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking