25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶପ୍ରବଳ ବର୍ଷା ସହ ଭୂସ୍ଖଳନ, ୮ ମୃତ

ପ୍ରବଳ ବର୍ଷା ସହ ଭୂସ୍ଖଳନ, ୮ ମୃତ

ଆନ୍ଧ୍ରପ୍ରଦେଶ : ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ। ତୁହାକୁ ତୁହା ବର୍ଷା ଯୋଗୁ ଲୋକେ ଜଳବନ୍ଦି ଘେରରେ ରହିଛନ୍ତି। ଯାତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି।ଆନ୍ଧ୍ରପେଦଶର ବିଜୟଓ୍ୱାଡାରେ ଲାଗାତର ବର୍ଷା ପରେ ଭୂସ୍ଖଳନ ହୋଇିଛି। ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ପ୍ରବଳ ବର୍ଷା ହେତୁ ମୋଗଲରାଜପୁରମ୍ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଫଳରେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜି କାର୍‌ରେ ବସିଥିବା ତିନି ଜଣ ବୁଡିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଜୟୱାଡାର ମୋଗଲରାଜପୁରମ୍ ଅଞ୍ଚଳରେ ଭୂସ୍ଖଳନ ହେତୁ ମୃତକଙ୍କ ଘରେ ବଡ଼ ବଡ଼ ପଥର ଖସି ପଡିଥିଲା।

ଅଧିକାରୀଙ୍କ ଅନୁଯାୟୀ, ପ୍ରବଳ ବର୍ଷା ହେତୁ ପାହାଡ ଉପରୁ ଏକ ବଡ଼ ମାଟି ଅତଡା ଖସି କଲୋନୀରେ ଥିବା ଘର ଉପରେ ପଡିଯାଇଥିଲା। ଏହି କାରଣରୁ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ତିନୋଟି ଘର ମଧ୍ୟ ନଷ୍ଟ ହୋଇଯାଇଛି। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ଆରମ୍ଭ କରିଛି। ପ୍ରାୟ ୮୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ପ୍ରବଳ ବର୍ଷା ହେତୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଲଗାତର ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରତିକୂଳ ପାଣିପାଗ କାରଣରୁ ଶନିବାର ଦିନ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ପ୍ରତ୍ୟେକ ପ୍ରଭାବିତ ଜିଲ୍ଲାକୁ ୩ କୋଟି ଟଙ୍କାଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁ ବିଜୟୱାଡା, ମାଛଲିପାଟନମ୍, ଗୁଡିବାଡା, କାଇକାଲୁରୁ, ନରସପୁରମ୍, ଅମରାବତୀ, ମଙ୍ଗଳାଗିରି, ନନ୍ଦିଗାମା, ଏବଂ ଭୀମରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking