16.1 C
Bhubaneswar
Sunday, December 21, 2025
Homeଖେଳଲର୍ଡ୍ସ ଟେଷ୍ଟ୍‌: ରୁଟ୍‌ଙ୍କ ୩୪ତମ ଶତକ; ଶ୍ରୀଲଙ୍କା ଆଗରେ ୪୮୩ ରନ୍ ଲକ୍ଷ୍ୟ

ଲର୍ଡ୍ସ ଟେଷ୍ଟ୍‌: ରୁଟ୍‌ଙ୍କ ୩୪ତମ ଶତକ; ଶ୍ରୀଲଙ୍କା ଆଗରେ ୪୮୩ ରନ୍ ଲକ୍ଷ୍ୟ

ଲର୍ଡ୍ସ: ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଜୋ ରୁଟ୍ ନିଜ ଟେଷ୍ଟ କ୍ୟାରିୟର୍‌ର ୩୪ତମ ଶତକ ହାସଲ କରିଛନ୍ତି। ରୁଟ୍ ୧୨୧ ବଲ୍‌ରେ ୧୦୩ ରନ୍‌ର ଇନିଂସ୍ ଖେଳିଛନ୍ତି। ଏହି ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ମଧ୍ୟ ସେ ୧୪୩ ରନ୍‌ର ଶତକୀୟ ଇନିଂସ୍ ଖେଳିଥିଲେ। ଏହା ସହିତ ରୁଟ୍ ଇଂଲଣ୍ଡର ସର୍ବାଧିକ ଟେଷ୍ଟ୍ ଶତକ ହାସଲକାରୀ ବ୍ୟାଟର୍ ହୋଇଛନ୍ତି। ପ୍ରଥମ ଇନିଂସ୍‌ରେ ଶତକ ହାସଲ ସହ ସେ ଏଲିଷ୍ଟର୍ କୁକ୍‌ଙ୍କ ୩୩ତମ ଶତକ ସମକକ୍ଷ ହୋଇଥିଲେ। ମାତ୍ର ରୁଟ୍ ଏବେ ଏହି ରେକର୍ଡକୁ ଟପି ଯାଇଛନ୍ତି। ରୁଟ୍‌ଙ୍କ ଏହି ଶତକ ସହ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ ୨୫୧ ରନ୍‌ରେ ଶେଷ ହୋଇଛି ଏବଂ ଟିମ୍ ବିଜୟ ପାଇଁ ଶ୍ରୀଲଙ୍କାକୁ ୪୮୩ ରନ୍‌ର ଲକ୍ଷ୍ୟ ଦେଇଛି।

ପ୍ରଥମ ଇନିଂସ୍‌ରେ ଇଂଲଣ୍ଡ ୪୨୭ ରନ୍ କରିଥିବା ବେଳେ ଶ୍ରୀଲଙ୍କା ୧୯୬ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସ୍‌ରେ ରୁଟ୍‌ଙ୍କ ବ୍ୟତୀତ ଅନ୍ୟ କୌଣସି ଇଂଲିଶ୍ ବ୍ୟାଟର୍ ବଡ଼ ଇନିଂସ୍ ଖେଳିପାରି ନଥିଲେ। ହ୍ୟାରୀ ବ୍ରୁକ୍ ୩୭, ଜାମି ସ୍ମିଥ୍ ୨୬, ଏବଂ ବେନ୍ ଡକେଟ୍ ୨୪ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା ୩-୩ ୱିକେଟ୍ ନେଇଥିଲେ। ମିଲନ୍ ରତନାଏକେ ଓ ପ୍ରବଥ ଜୟସୂର୍ଯ୍ୟାଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା। ୪୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ରିପୋର୍ଟ ଲେଖାହେବା ବେଳକୁ ତୃତୀୟ ଦିନର ତୃତୀୟ ସେସନ୍ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୨୪ ରନ୍ କରିଛି। ଦିମୁଥ୍ କରୁଣାରତ୍ନେ ୧୦ ଓ ପାଥୁମ୍ ନିଶଙ୍କା ୧ ରନ୍‌ରେ କ୍ରିଜ୍‌ରେ ରହିଛନ୍ତି। ପୂର୍ବରୁ ନିଶାନ୍ ମଦୁସ୍କା ୧୩ ରନ୍ କରିଥିବା ବେଳେ ଆଟ୍‌କିନ୍‌ସନ୍‌ଙ୍କ ବଲ୍‌ରେ ରୁଟ୍‌ଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ୍ ଫେରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking