25.9 C
Bhubaneswar
Monday, April 6, 2026
Homeଓଡିଶାବାର୍ଡ ଫ୍ଲୁ : କୁକୁଡ଼ା ପାଇଁ ତାଗିଦ

ବାର୍ଡ ଫ୍ଲୁ : କୁକୁଡ଼ା ପାଇଁ ତାଗିଦ

ଭୁବନେଶ୍ୱର : ଏବେ ଚାରି ଆଡେ଼ ବାର୍ଡ ଫ୍ଲୁ ଡର । ବାର୍ଡ ଫ୍ଲୁକୁ ରୋକିପା ତଥା ପ୍ରତିହତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ଭିତରେ ବିଏମସି କମିଶନର ମଧ୍ୟ କୁକୁଡ଼ା ପାଇଁ ବ୍ୟବସାୟୀମାନଙ୍କୁ ତାଗିଦ କରିଛନ୍ତି । ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରୁ କୁକୁଡ଼ା ଆଣି ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।  ଚିକେନ କେଉଁଠୁ ଆସିଛି ତାହାର ତଦାରଖ କରିବାକୁ ହୋଟେଲଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଛି । ଏପରିକି କୁକୁଡ଼ା ଠାରେ ବାର୍ଡ ଫ୍ଲୁ ଲକ୍ଷଣ ଥିଲେ ଭେଟେନାରୀ ବିଭାଗକୁ ଜଣାଇବାକୁ କୁହାଯାଇଛି । ଆମ ସ୍କ୍ୱାର୍ଡ ବି ବୁଲୁଛି ଓ କଣ୍ଟ୍ରୋଲ ସେଣ୍ଟର ଏନେଇ ନଜର ରଖିଛି ବୋଲି ବିଏମସି କମିଶନର କହିଛନ୍ତି । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି। ବିଶେଷ କରି ପୁରୀ ଜିଲାର ପିପିଲି ସମେତ ଅନ୍ୟ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଛି। ଉକ୍ତ ଅଞ୍ଚଳଗୁଡ଼ିକରୁ ରାଜଧାନୀକୁ ଚିକେନ ଯୋଗାଣ ହେଉଛି। ତେଣୁ ରାଜଧାନୀବାସୀ ଚିକେନ ନ ଖାଇବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ। ମେୟର କହିଛନ୍ତି​‌ ଯେ, ସଂକ୍ରମିତ ଅଞ୍ଚଳଗୁଡ଼ିକରୁ କୁକୁଡ଼ା ନ କିଣିବାକୁ ରାଜଧାନୀର ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି। ବାର୍ଡ ଫ୍ଲୁ ନ କମିବା ଯାଏ ଆଗାମୀ କିଛିଦିନ ପର୍ୟ୍ୟନ୍ତ ଭୁବନେଶ୍ଵର ବାସିନ୍ଦାମାନେ ଚିକେନ ନ ଖାଇବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking