18.1 C
Bhubaneswar
Friday, December 26, 2025
Homeଓଡିଶାଲାଗୁ ହେଲା ସୌରଶକ୍ତି ଚାଳିତ ସର୍ବାଧୁନିକ ଷ୍ଟ୍ରିଟ୍‍ ଲାଇଟିଂ ବ୍ୟବସ୍ଥା

ଲାଗୁ ହେଲା ସୌରଶକ୍ତି ଚାଳିତ ସର୍ବାଧୁନିକ ଷ୍ଟ୍ରିଟ୍‍ ଲାଇଟିଂ ବ୍ୟବସ୍ଥା

ଭୁବନେଶ୍ୱର: କ୍ରମ୍ପଟନ୍‍ ଗ୍ରୀଭସ୍‍ କଞ୍ଜୁମର ଇଲେକ୍‍ଟ୍ରିକାଲ୍ସ ଲିମିଟେଡ ପକ୍ଷରୁ ବୀରମିତ୍ରପୁର ମ୍ୟୁନିସିପାଲିଟିରେ ସଫଳତାର ସହିତ ଏକ ଯୁଗାନ୍ତକାରୀ ସୌରଶକ୍ତି ଚାଳିତ ଷ୍ଟ୍ରିଟ ଲାଇଟିଂ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅନ୍ୟତମ ପ୍ରମୁଖ ପ୍ରକଳ୍ପ କଣ୍ଟ୍ରାକ୍ଟିଂ କମ୍ପାନୀ ଇଷ୍ଟର୍ଣ୍ଣ ଇଞ୍ଜିନିୟରିଂ ସହିତ ହାତ ମିଳାଇଛି। ବୀରମିତ୍ରପୁର ମ୍ୟୁନିସିପାଲଟି ଅଫ୍‍ ଗ୍ରୀଡ ଅଞ୍ଚଳଗୁଡିକରେ ଆଲୋକୀକରଣ କରି ଜନସାଧାରଣଙ୍କ ନିରାପତ୍ତା ଏବଂ ସୁରକ୍ଷାରେ ବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଛି। ଦୁର୍ଘଟଣା ହ୍ରାସ, ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଏବଂ ଅଧିବାସୀଙ୍କ ମଧ୍ୟରେ ଏକ ନିରାପଦ ମନୋଭାବ ସୃଷ୍ଟି କରିବା, ବିଶେଷକରି ପୂର୍ବରୁ ନିର୍ଭରଯୋଗ୍ୟ ଆଲୋକୀକରଣ ଅଭାବ ଥିବା ଅଞ୍ଚଳଗୁଡିକରେ ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ଆଲୋକୀକରଣ ନିତାନ୍ତ ଆବଶ୍ୟକ ହୋଇଛି। ଆଲୋକୀକରଣ ପ୍ରଯୁକ୍ତି କ୍ଷେତ୍ରରେ ବିଶେଷ ଜ୍ଞାନକୁ ଉପଯୋଗ କରି ଉଚ୍ଚ ପ୍ରଦର୍ଶନକ୍ଷମ ସୌରଶକ୍ତି ଚାଳିତ ରାସ୍ତାକଡ ଆଲୋକ ବ୍ୟବସ୍ଥା ୫ କିଲୋମିଟର ବ୍ୟାପୀ ରାସ୍ତାରେ ଲଗାଯାଇଛି। ବୀରମିତ୍ରପୁର ମ୍ୟୁନିସିପାଲିଟିର ନିର୍ଦ୍ଦିଷ୍ଟ ଆଲୋକୀକରଣ ଆବଶ୍ୟକତା ପୂରଣ କରିବା ନିମନ୍ତେ କ୍ରମ୍ପଟନ୍‍ ୯୦୦୦ ଲୁମେନ୍‍ ସମନ୍ୱିତ ସୌରଶକ୍ତି ଚାଳିତ ରାସ୍ତାପାଶ୍ୱର୍ ଆଲୋକୀକରଣ ସମାଧାନ ଯୋଗାଇ ଦେଇଛି, ଯାହା ସଡକ ନିରାପତ୍ତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସହିତ ଅଧିବାସୀଙ୍କର ସାମଗ୍ରିକ ଜୀବନଧାରଣ ମାନରେ ଉନ୍ନତି ଆଣୁଛି। ତେବେ ଶାଲିନ୍‍ ନାୟକ, ଭାଇସ୍‍ ପ୍ରେସିଡେଣ୍ଟ ଓ ବିଜିନେସ୍‍ ହେଡ କହିଛନ୍ତି ଯେ, ଏହି ସହଯୋଗୀତା ଏକ ଆଧୁନିକ ଏବଂ ଦୀର୍ଘସ୍ଥାୟୀ ସହର ନିମନ୍ତେ ମ୍ୟୁନିସିପାଲିଟିର ଦୂରଦୃଷ୍ଟି ସହିତ ମେଳଖାଉଛି। ମିଳିତ ଭାବରେ ଆମେ ବୀରମିତ୍ରପୁର ପାଇଁ ଏକ ଉଜ୍ଜ୍ୱଳ, ସବୁଜ ଓ ନିରାପଦ ଭବିଷ୍ୟତ ନିର୍ମାଣ ଲକ୍ଷ୍ୟ ରଖିଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking