29.1 C
Bhubaneswar
Tuesday, February 10, 2026
Homeଓଡିଶାନିଶାମୁକ୍ତ ଭାରତ ଅଭିଯାନରେ ପ୍ରତି ଜିଲ୍ଲା ପାଇଁ ୧୦ ଲକ୍ଷ ଟଙ୍କା

ନିଶାମୁକ୍ତ ଭାରତ ଅଭିଯାନରେ ପ୍ରତି ଜିଲ୍ଲା ପାଇଁ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ନିଶାମୁକ୍ତ ଭାରତ ଯୋଜନାରେ ରାଜ୍ୟର ୩୦ଟି ଜିଲ୍ଲା ଅର୍ନ୍ତଭୁକ୍ତ ହୋଇଥିବାବେଳେ ପ୍ରତି ଜିଲ୍ଲା ପାଇଁ ୧୦ଲକ୍ଷ ଟଙ୍କା କରି ବ୍ୟୟବରାଦ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୦ ମସିହା ଅଗଷ୍ଟ ୧୫ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, କଟକ, ଦେବଗଡ, ଗଜପତି, କନ୍ଧମାଳ, ମାଲକାନଗିରି, ପୁରୀ, ରାୟଗଡା ଏବଂ ସମ୍ବଲପୁର ଏଥିରେ ଅର୍ନ୍ତଭୁକ୍ତ ହୋଇଥିବାବେଳେ ୨୦୨୩ ମସିହା ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଆଉ ୨୦ ଜିଲ୍ଲା ସାମିଲ ହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ପ୍ରତି ଜିଲ୍ଲା ଲାଗି ୧୦ଲକ୍ଷ ଟଙ୍କା ଲେଖାଏ ବ୍ୟୟବରାଦ କରିଛନ୍ତି । ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛିା ନିଶାମୁକ୍ତ ପାଇଁ ନିଶାମୁକ୍ତ ଅଭିଯାନ ପଦଯାତ୍ରା, ସାଧାରଣ ସଭା, ଆଲୋଚନାଚକ୍ର ଆଦି ଆୟୋଜନ କରାଯାଉଛି । ରାଜ୍ୟରେ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବାପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking