29.1 C
Bhubaneswar
Sunday, September 27, 2026
Homeସ୍ୱାସ୍ଥ୍ୟରାତିରେ ଭାତ ଖାଉଥିଲେ ସାବଧାନ

ରାତିରେ ଭାତ ଖାଉଥିଲେ ସାବଧାନ

ଭୁବନେଶ୍ୱର : ଅନେକ ଲୋକଙ୍କୁ ଭାତ ଖାଇବା ଖୁବ୍ ପସନ୍ଦ ଓ ଅଭ୍ୟାସ ମଧ୍ୟ। ମାତ୍ର ଏହି ଅଭ୍ୟାସ ପାଇଁ କିଛି ଲୋକେ ରାତିରେ ମଧ୍ୟ ଭାତ ଖାଇ ଥାଆନ୍ତି। ମାତ୍ର କିଛି ସ୍ୱତନ୍ତ୍ର କାରଣରୁ ରାତିରେ ଭାତ ଖାଇବା କେଉଁ ମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତାହା ଜାଣିବା ନିତାନ୍ତ ଆବଶ୍ୟକ। ରାତିରେ ଭାତ ଖାଇବା ଦ୍ୱାରା ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷ କରି ଆଜମା ରୋଗୀଙ୍କୁ ରାତିରେ ଭାତ ଖାଇବାକୁ ବାରଣ କରାଯାଇଛି। ଭାତରେ କାର୍ବୋହାଇଡ୍ରେଟ ଅଧିକ ଥାଏ। ଯାହା ଦ୍ୱାରା ଶରୀରରେ ଫ୍ୟାଟ୍ ଜମା ହୋଇଥାଏ। ଫଳରେ ମୋଟାପଣ ବୃଦ୍ଧି ହୋଇଥାଏ। ରାତିରେ ଭାତ ଖାଇବା ଉଚିତ୍ ନୁହେଁ। ରାତିରେ ଭାତ ଖାଇବା ଦ୍ୱାରା ମଧୁମେହ ସମସ୍ୟା ହୋଇଥାଏ। ରାତିରେ ଭାତ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ତେଣୁ ମଧୁମେହ ରୋଗୀ ରାତିରେ ଆଦୌ ଭାତ ଖାଇବା ଉଚିତ୍ ନୁହେଁ। ରାତିରେ ଭାତ ଖାଇବାକୁ ସ୍ୱାଦିଷ୍ଟ ଲାଗୁ ଥିବାରୁ ଅନେକ ଭାତ ଖାଇ ଥାଆନ୍ତି। ମାତ୍ର ଏହା ସହଜରେ ହଜମ ହୋଇନଥାଏ। ଭାତ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ରାତିରେ ଭାତ ଖାଇବା ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟା ସହ କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ଆଦି ହୋଇପାରେ। ଯେଉଁମାନଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି, ସେମାନେ ରାତିରେ ଭାତ ଖାଇବା ଉଚିତ୍ ନୁହେଁ। ନଚେତ୍ ଯନ୍ତ୍ରଣା ଅଧିକ ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking