26.1 C
Bhubaneswar
Wednesday, February 11, 2026
Homeଓଡିଶାକାହିଁକି ରାତିରେ ସବୁକିଛି ସ୍ପଷ୍ଟ ଦେଖିପାରେ ପେଚା, ଜାଣନ୍ତୁ....

କାହିଁକି ରାତିରେ ସବୁକିଛି ସ୍ପଷ୍ଟ ଦେଖିପାରେ ପେଚା, ଜାଣନ୍ତୁ….

ଭୁବନେଶ୍ୱର: ପେଚା ଏପରି ଏକ ପ୍ରାଣୀ ଯିଏ ରାତିରେ ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରେ । କିନ୍ତୁ ଆପଣ ଜାଣନ୍ତି କି ପେଚା ଆଖିରେ ଏଭଳି କ’ଣ ଥାଏ, ଯେଉଁଥିପାଇଁ ସେ ରାତିରେ ସବୁକିଛି ସ୍ପଷ୍ଟ ଦେଖିପାରେ । ଯେତେବେଳେ ଅନ୍ୟ ପକ୍ଷୀ କିମ୍ବା ପଶୁମାନେ କେବଳ ୨ଡି ରେ ଦେଖିପାରନ୍ତି, ସେତେବେଳେ ଗୋଟିଏ ପେଚା ୩ଡି ରେ ଦେଖିପାରେ । ପିଲାଦିନୁ ଆମେ ଶୁଣି ଆସିଛୁ ପେଚା ଏକ ଅଭିଶପ୍ତ ପକ୍ଷୀ । ଯେଉଁ କାରଣରୁ ସେ ରାତିରେ ଶୋଇପାରେ ନାହିଁ । ଅନେକ ଏହାକୁ ଦୀନକଣା ପକ୍ଷୀ ବୋଲି କହିଥାନ୍ତି । ଯାହାକୁ କି ଦିନ ବେଳେ କିଛି ଦେଖାଯାଏ ନାହିଁ । ବଡ଼ ବଡ ଆଖି ପାଇଛି ସତ କିନ୍ତୁ ଦିବାଲୋକରେ ଅନ୍ୟ ପକ୍ଷୀ ଭଳି ଚଳପ୍ରଚଳ କରିବା କେହି କେବେ ଦେଖିନାହିଁ ।

ତେବେ ପେଚା ଆଖିରେ ଏକ ଅସୁବିଧା ଅଛି ଯେ ଏହାର ଆଖି ମଣିଷ ମାନଙ୍କ ଭଳି ଗୋଲ ନୁହେଁ, ତେଣୁ ପେଚାକୁ ଦେଖିବା ପାଇଁ ମୁଣ୍ଡ ବୁଲାଇବାକୁ ପଡିଥାଏ । ପେଚା ଶରୀରର ଗଠନ ଏପରି ଯେ ସେ ନିଜ ବେକକୁ ୨୭୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇ ପାରିବ । କିନ୍ତୁ ଏତେ ଦକ୍ଷତା ଥିବା ପରେ ମଧ୍ୟ ପେଚା ଦିନରେ ଦେଖିପାରିନଥାନ୍ତି । କିନ୍ତୁ ସେମାନଙ୍କୁ ରାତିରେ ଅଧିକ ଦେଖାଯାଏ । ଆପଣଙ୍କୁ କହି ରଖୁଛୁ ଯେ ପେଚା ଶରୀର ଅନୁଯାୟୀ ଏହାର ଆଖି ବହୁତ ବଡ । କିନ୍ତୁ ଏତେ ବଡ ଆଖିର ଅସୁବିଧା ମଧ୍ୟ ରହିଛି ।

ବଡ଼ ଆଖି ଯୋଗୁଁ ପେଚା ନିକଟସ୍ଥ ବସ୍ତୁ ଉପରେ ସଠିକ୍ ଧ୍ୟାନ ଦେବାରେ ସକ୍ଷମ ନୁହେଁ । ବଡ ଆଖି ହିଁ ପେଚାକୁ କମ୍ ଆଲୋକରେ ସ୍ପଷ୍ଟ ଦେଖିବାରେ ସାହାଯ୍ୟ କରେ । ପେଚାର ଏହି ଦୁଇ ବଡ ଆଖିରେ ରୋଡ଼ସ ଏବଂ କୋନ୍ସ ରହିଥାଏ । ରୋଡସ ପେଚାକୁ ରାତିରେ ଉଜ୍ଜଳ ଭାବେ ଦେଖିବାରେ ସହାୟକ ହୋଇଥାଏ । ରଙ୍ଗ ଚିହ୍ନିବା ସହିତ ଦିନରେ ଦେଖିବାରେ ସହାୟକ ହୋଇଥାଏ । ବଡ ଆଖି ହୋଇଥିବା କାରଣରୁ ପେଚାର ଆଖି ଅଧିକ ଲାଇଟ କ୍ୟାପଚର କରିଥାଏ । ଦିନ ବେଳା ଅଧିକ ଲାଇଟ କ୍ୟାପଚର କାରଣରୁ ପେଚାର ଆଖି ଝଲସି ଯାଏ । ଯାହ ଫଳରେ ପେଚା ଦିନବେଳା ବାହାରକୁ ବାହାରିନଥାଏ । କାରଣ ସେ ଶିକାର ହେବାକୁ ଭୟ କରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking