26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପଦ୍ମ ଧରିଲେ ଚମ୍ପାଇ ସୋରେନ

ପଦ୍ମ ଧରିଲେ ଚମ୍ପାଇ ସୋରେନ

ରାଞ୍ଚି :ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ଚର୍ଚ୍ଚିତ ଚେହେରା ଚମ୍ପାଇ ସୋରେନ୍‌ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଝାଡଖଣ୍ଡରେ ଅନୁଷ୍ଠିତ ମହା ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଚମ୍ପାଇ ସୋରେନ୍ । ଚମ୍ପାଇ ସୋରେନ୍ ବିଜେପିରେ ସାମିଲ ହେବା ପରେ ଝାଡଖଣ୍ଡରେ ଦଳରେ ଶକ୍ତି ବୃଦ୍ଧି ପାଇଛି । କାରଣ ଚମ୍ପାଇଙ୍କ ସହ ୬ ଜଣ ବିଦ୍ରୋହୀ ବିଧାୟକ ବି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଝାଡଖଣ୍ଡରେ ଅନୁଷ୍ଠିତ ମହାମିଶ୍ରଣ ପର୍ବରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଗତ ସୋମବାର ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଥିଲେ। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବ୍ୟତୀତ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ସହ-ପ୍ରଭାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ହିମନ୍ତ ବିଶ୍ୱ ଶର୍ମା ଏହି ସଭାର ଏକ ଫଟୋ ସେୟାର କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ହିମନ୍ତ ବିଶ୍ୱ ଶର୍ମା ଲେଖିଥିଲେ,’ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ଭେଟେରାନ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ କିଛି ସମୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଭେଟିଥିଲେ। ସେ ଅଗଷ୍ଟ ୩୦ ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ।’ ହିମନ୍ତ ବିଶ୍ବ ଶର୍ମାଙ୍କ ସେହି ପୋଷ୍ଟ ଆଜି ସତରେ ପରିଣତ ହୋଇଛି । ବିଜେପିରେ ସାମିଲ ହୋଇଛନ୍ତି ଚମ୍ପାଇ ସୋରେନ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking