22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଜାପାନରେ ସାମୁଦ୍ରକ ଝଡ଼ ଶାନଶାନ ପ୍ରଭାବରେ ଅସ୍ତବ୍ୟସ୍ତ ଜନଜୀବନ

ଜାପାନରେ ସାମୁଦ୍ରକ ଝଡ଼ ଶାନଶାନ ପ୍ରଭାବରେ ଅସ୍ତବ୍ୟସ୍ତ ଜନଜୀବନ

‌ଟୋକିଓ : ଜାପାନରେ ସାମୁଦ୍ରକ ଝଡ଼ ଶାନଶାନ ପ୍ରଭାବରେ ଅସ୍ତବ୍ୟସ୍ତ ଜନଜୀବନ । ଜାପାନରେ ‘ଶାନଶାନ୍’ ଝଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ୟ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବାତ୍ୟା ଘଣ୍ଟାପ୍ରତି ୨୫୦ କିଲୋମିଟର ବେଗରେ ଗତି କରୁଥିବାରୁ ବିପଦକୁ ଦୃଷ୍ଟିରେ ରଖି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଜ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ସରକାର ବିପଦସଙ୍କୁଳ ଅଞ୍ଚଳରେ ସତର୍କ ସୂଚନା ଜାରି କରିଛନ୍ତି। ଫଳରେ ବିମାନ ଓ ରେଳ ଚଳାଚଳ ବନ୍ଦ ରହିଛି। ଅନେକ ଅଞ୍ଚଳରେ ଅଢ଼େଇ ଲକ୍ଷରୁ ଅଧିକ ପରିବାର ବିଜୁଳି ସେବା ପାଇବାରେ ଅସୁବିଧାର ସାମ୍ନା କରିଛନ୍ତି। ଜାପାନର ପାଣିପାଗ ଏଜେନ୍ସି କହିଛି ଯେ ଦକ୍ଷିଣ-ପଶ୍ଚିମ ଦ୍ୱୀପ କୁଶୁରେ ବାତ୍ୟା ଆସିବାରୁ କାରଖାନା ବନ୍ଦ ରହିଛି ଏବଂ ଶତାଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି। ବାତ୍ୟାର ବେଗ ଘଣ୍ଟା ପ୍ରତି ୨୫୦ କିଲୋମିଟରରେ ପହଞ୍ଚିଛି। କେତେକ ଅଞ୍ଚଳରେ ୭୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି, ଯାହା କି ଲଣ୍ଡନରେ ପୂରା ବର୍ଷରେ ମିଳୁଥିବା ବର୍ଷା ସହ ସମାନ। କାର୍ ଓଲଟି ପଡ଼ିଛି ଓ ଗଛ ଉପୁଡ଼ି ପଡ଼ିଥିବା ବେଳେ ଅଢ଼େଇ ଲକ୍ଷ ଲୋକ ବିଜୁଳି ବିହୀନ ଅବସ୍ଥାରେ ଜୀବନ ବିତାଉଛନ୍ତି। ଜାପାନର କେନ୍ଦ୍ରୀୟ ଆଇଚି ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମରେ ଟୋକୁସିମାରେ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାପାନର ପାଣିପାଗ ବିଭାଗ କହିଛି ଯେ ଟୋକିଓର ଅନେକ ନଦୀ ବନ୍ୟା ବିପଦ ସଙ୍କେତ ଅତିକ୍ରମ କରିଛି। ମେଗୁରୋ, ନୋଗାୱା ଓ ସେଙ୍ଗାୱା ନଦୀ ନିକଟରେ ସତର୍କ ସୂଚନା ଜାରି କରାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ବିଭାଗକୁ ହାଇ ଆଲର୍ଟରେ ରଖାଯାଇଛି। ବର୍ତ୍ତମାନ ୨୧୯ଟି ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ବାତ୍ୟା ଯୋଗୁଁ ଏଠାରୁ ୮ ଲକ୍ଷ ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଯିବ ବୋଲି ସରକାର କହିଛନ୍ତି। ରାଜଧାନୀ ଟୋକିଓରେ ବୁଲେଟ୍ ଟ୍ରେନ୍, ବିମାନ ଏବଂ ଡାକ ସେବା ବନ୍ଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking