35.3 C
Bhubaneswar
Thursday, April 16, 2026
Homeଓଡିଶାପଟ୍ଟା ମିଳିଥିବାଲୋକଙ୍କୁ ଜମି ଦବୁ : ମନ୍ତ୍ରୀ

ପଟ୍ଟା ମିଳିଥିବାଲୋକଙ୍କୁ ଜମି ଦବୁ : ମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି, ହେଲେ ଜମି ଦେଇନାହାନ୍ତି। ପୂର୍ବ ସରକାର ଲିଫଲେଟ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି। କିନ୍ତୁ ଫାଇଲ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି। ନୂଆ ସରକାର ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି। ଯେତେ ଲୋକଙ୍କୁ ପଟ୍ଟା ମିଳିଛି, ସମସ୍ତଙ୍କୁ ଜମି ଦିଆଯିବ ବୋଲି  ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ସୁରେଶ ପୂଜାରୀ ଏହା ପୂର୍ବରୁ କହିଥିଲେ,ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏ ଜମି ମିଳିବ ବୋଲି ମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହିନଥିବେ। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking