31.1 C
Bhubaneswar
Wednesday, May 6, 2026
Homeଓଡିଶାଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କର

ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କର

ବଲାଙ୍ଗୀର : ବଲାଙ୍ଗୀର ଭାଗରଥୀ ଛକ ଏନଏଚ ୨୬ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଆରୋହୀଙ୍କୁ ଧକ୍କାଦେଲା ପେଟ୍ରୋଲ ଟ୍ୟାଙ୍କର । ସ୍କୁଟି ରେ ଯାଉଥିବା ବେଳେ ଗାଡି ମାଡ଼ି ଯାଇ ସ୍ୱାମୀ ସ୍ତ୍ରୀଙ୍କ ଅବସ୍ଥା ହେଲା ଗୁରୁତର। ଉଭୟଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ପଠାଇଲେ ପୋଲିସ ଓ ସ୍ଥାନୀୟ ବାସିନ୍ଦା। ସୂଚନା ଅନୁଯାୟୀ ଗୁରୁତର ଦମ୍ପତି ଦୁଇଜଣ ହେଲେ ସ୍ୱାମୀ ବିଷ୍ଣୁପ୍ରସାଦ ମିଶ୍ର ଓ ସ୍ତ୍ରୀ ସଂଗୀତା କର। ତାଙ୍କ ଘର କଂସାରୀପଡା । ମହିଳା ଜଣକ ବଲାଙ୍ଗୀର ଜିଲ୍ଲା କୃଷିବିଭାଗ କାର୍ଯ୍ୟାଳୟରେ ଓଭରସିଅର ଭାବେ କାମ କରୁଥିବା ଜଣା ପଡିଛି। ସ୍ବାମୀ ବିଷ୍ଣୁପ୍ରସାଦ ତାଙ୍କ ସ୍ତ୍ରୀ କୁ କାର୍ଯ୍ୟାଳୟ କୁ ଛାଡିବାକୁ ଯିବା ସମୟରେ ଏଭଳି ଦୁର୍ଘଟଣା ହୋଇଛି। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭରକୁ ଧରି ଟ୍ରାଫିକ ପୋଲିସ ଥାନାରେ ଜିମାରେ ଦେଇଥିବା ବେଳେ ଟ୍ରକକୁ ଜବତ କରିଛି ପୋଲିସ। ଶେଷ ସୂଚନା ମୁତାବକ ଉଭୟଙ୍କ ସ୍ଥିତି ସଙ୍କଟାପନ୍ନ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking