30.1 C
Bhubaneswar
Tuesday, January 20, 2026
Homeଓଡିଶାସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଠକିଲା ବିଜେପି: ବିଜେଡି

ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳାଙ୍କୁ ଠକିଲା ବିଜେପି: ବିଜେଡି

– ସଂଖ୍ୟାଧିକ ମହିଳାଙ୍କୁ ଯୋଜନାରୁ ବାଦ୍ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି
– ଓଡ଼ିଶାର ମହିଳାଙ୍କ ବିଶ୍ୱାସରେ ବିଷ ଦେଇଛି ବିଜେପି ସରକାର

ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ସଭା ସାଂସଦ ତଥା ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାକୁ ନେଇ କ’ଣ ପ୍ରତିଶ୍ରୁତି ଦେଇଥିଲେ ଓ କ’ଣ ମନ୍ତବ୍ୟ ରଖିଥିଲେ ଥରେ ଦେଖନ୍ତୁ । ନିର୍ବାଚନ ପୂର୍ବରୁ ତାଙ୍କ ଦଳର ବଡ଼ ବଡ଼ ନେତା କହୁଥିଲେ, ଆମେ ଜିତିଲେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ । କିନ୍ତୁ ସଂକଳ୍ପ ପତ୍ରରେ ଲେଖିଲେ ଦୁଇ ବର୍ଷରେ ୫୦ ହଜାର ଦେବୁ, ଏବେ କହୁଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ୫ ବର୍ଷରେ ୫୦ ହଜାର ଦେବୁ । ମିଛ କହିବା ହେଉଛି ବିଜେପିର ପ୍ରକୃତି ।

ଶ୍ରୀମତୀ ଦେଓ ଆହୁରି କହିଛନ୍ତି ଯେ, ୧୮ରୁ ୨୧ ବର୍ଷମଧ୍ୟରେ ଥିବାମହିଳା, ୬୦ ବର୍ଷରୁଊର୍ଦ୍ଧ୍ୱମହିଳା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସିଆରପି, ଏମବିକେ, ବ୍ୟାଙ୍କସାଥୀ, ସ୍ୱଚ୍ଛସାଥୀ ସୁଭଦ୍ରା ଯୋଜନାରେ କ’ଣ ପାଇଁସାମିଲହୋଇପ।।ରିବେ ନାହିଁ ? ଖାଲିସେତିକି ନୁହେଁ ଯାହାଙ୍କଘରେଟ୍ରାକ୍ଟର, ପାୱାରଟିଲର, ୪ ଚକିଆ ଯାନ, ୨ଟି ଦୁଇଚକିଆ ଯାନ ଥିବ ସେମାନେ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ନାହିଁ । ଆୟକର ଦେଉଥିବା ପରିବାରର ମହିଳା ମଧ୍ୟ ଏହି ଯୋଜନାରେ ସାମିଲ ହୋଇ ପାରିବେ ନାହିଁ । କିନ୍ତୁ ନିର୍ବାଚନ ପୂର୍ବରୁ କହିଥିଲେ ସବୁ ମହିଳା ଏହି ଯୋଜନାରେ ସାମିଲ ହେବେ । ବିଜେପିର ଏହା କୁତ୍ସିତ ମାନସିକତା, ଲୋକଙ୍କୁ ଭୁଆଁ ବୁଲାଇବାରେ ବିଜେପି ମାହିର । ସୁଭଦ୍ରା ଯୋଜନା ହେଉଛି ଘର ଭଙ୍ଗା ଯୋଜନା ।

ଦଳର ଅନ୍ୟତମ ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି ଯେ, ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଏସ୍‌ଓପି ଆସିଛି, ତାହା ମହିଳାଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନୁହେଁ, ବରଂ ଯୋଜନାରୁ କିପରି ମହିଳା ବାଦ୍ ପଡ଼ିବେ ତାହା କରିଛନ୍ତି । ଓଡ଼ିଶାର ମହିଳା ବିଜେପିକୁ ବିଶ୍ୱାସ କରି ଭୋଟ ଦେଇଥିଲେ, କିନ୍ତୁ ବିଜେପି ତାଙ୍କ ବିଶ୍ୱାସରେ ବିଷ ଦେଇଛି । ବିଜେଡି ତରଫରୁ ଆମେ ଦାବିକ ରୁଛୁ ଯେ ସଂକଳ୍ପ ପତ୍ରରେ ବିଜେପି ଯାହା କହିଥିଲା ତାହା ପୂରଣ କରୁ ଏବଂ ପ୍ରତ୍ୟେକ ମହିଳାଙ୍କୁ ଏକ କାଳୀନ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦିଆଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking