24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଝାଡ଼ଖଣ୍ଡରେ ଭୂମିକମ୍ପର ଝଟକା ଅନୁଭୂତ

ଝାଡ଼ଖଣ୍ଡରେ ଭୂମିକମ୍ପର ଝଟକା ଅନୁଭୂତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଅନେକ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୧୨ଟା ୪୦ରୁ ୧୨ଟା ୪୧ ମଧ୍ୟରେ ପାକୁର, ଦୁମକା, ଦେଓଘର, ରାମପୁର ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା। ଭୂମିକମ୍ପର ଝଟକା ଗଭୀର ନିଦରେ ଶୋଇଥିବା ଲୋକଙ୍କୁ ଜାଗ୍ରତ କରିଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଲୋକମାନେ ଦୀର୍ଘ ସମୟ ଧରି ସୁରକ୍ଷିତ ସ୍ଥାନରେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking