ନୂଆଦିଲ୍ଲୀ : ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା । ଆଜି କେଜ୍ରିଓ୍ବାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି । ସେପ୍ଟେମ୍ବର ୩ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଜେଲରେ ରହିବେ କେଜ୍ରିଓ୍ବାଲ । ସିବିଆଇ ମାମଲାରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ସିବିଆଇ ଅଭିଯୋଗ କରିଛି ଯେ, ୪୦ ଟି ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପ୍ରାର୍ଥୀଙ୍କୁ କେଜ୍ରିୱାଲ ୯୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ । ଗୋଆ ନିର୍ବାଚନରେ ଦୁର୍ଗେଶ ପାଠକ ଦାୟିତ୍ୱରେ ଥିଲେ । ଗୋଆ ନିର୍ବାଚନରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ଦୁର୍ଗେଶ ପାଠକଙ୍କ ନିର୍ଦ୍ଦେଶରେ ହୋଇଥିଲା । ସେ ଦିଲ୍ଲୀର ଜଣେ ବିଧାୟକ । ସାଉଥ ଗ୍ରୁପରୁ ଏହି ଟଙ୍କା ଆସିଥିବାର ପ୍ରମାଣ ମଧ୍ୟ ଅଛି । କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଉପରେ ରାଉସ ଆଭେନ୍ୟୁ କୋର୍ଟର ସିବିଆଇ ପକ୍ଷରୁ ଦିଲିଲ ଶୁଣୁଛନ୍ତି ।










