19.1 C
Bhubaneswar
Thursday, February 12, 2026
Homeଅପରାଧହସ୍ପିଟାଲରେ ଜୁନିଅର ମହିଳା ଡାକ୍ତରଙ୍କ ତଣ୍ଟି ଚିପିଲେ ରୋଗୀ

ହସ୍ପିଟାଲରେ ଜୁନିଅର ମହିଳା ଡାକ୍ତରଙ୍କ ତଣ୍ଟି ଚିପିଲେ ରୋଗୀ

ଅନ୍ଧ୍ରପ୍ରଦେଶ : ହସ୍ପିଟାଲରେ ଜୁନିଅର ମହିଳା ଡାକ୍ତରଙ୍କୁ ପିଟିଲେ ରୋଗୀ। ଅନ୍ଧ୍ରପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅନ୍ଧ୍ରପ୍ରଦେଶର ତିରୁପତି ଏସ୍‌ଭିଆଇଏମ୍‌ଏସ୍‌ ହସ୍ପିଟାଲ। ଏଠାରେ ମହିଳା ଇଣ୍ଟର୍ଣ୍ଣଙ୍କ ଉପରେ ଜଣେ ରୋଗୀ ଆକ୍ରମଣ କରିଛନ୍ତି। ହସ୍ପିଟାଲର ଏକ ଓ୍ୱାର୍ଡରେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଜୁନିଅର ମହିଳା ଡାକ୍ତରଙ୍କୁ ମାରିବାକୁ ଗୋଡାଇ ତାଙ୍କ ପଛୁରେ ଦୌଡିଥିଲା। ଅନ୍ୟ ଡାକ୍ତର ଓ ରୋଗୀ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଅଭିଯୁକ୍ତ ଜଣକ କିଛି ଖାତିର କରିନଥିଲା। ଏହାପରେ ତାଙ୍କ ଉପରେ ଆକମ୍ରଣ କରି ତାଙ୍କ ବେକକୁ ରୋଗୀ ଜଣକ ଧରି ପକାଇଥିଲା। ଫଳରେ ଜୁନିଅର ଡାକ୍ତର ଜଣକ ସେଠାରେ ଥିବା ଷ୍ଟ୍ରଚର ଉପରେ ପଡି ଯାଇଥିଲେ। ଏହି ପୂରା ଘଟଣା ହସ୍ପିଟାଲର ଓ୍ୱାର୍ଡରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ତେବେ କେଉଁ କାରଣରୁ ରୋଗୀ ଜଣକ ମହିଳା ଜୁନିଅର ଡାକ୍ତରଙ୍କୁ ଏଭଳି ମାରିବାକୁ ଦୌଡି ଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ଏହି ଘଟଣା ପରେ ହସ୍ପିଟାଲରେ ସୁରକ୍ଷା ଦାବିରେ ଡାକ୍ତରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ହସ୍ପିଟାଲରେ ସୁରକ୍ଷିତ ଅନୁଭବ କରୁନଥିବା ବିରୋଧ କରୁଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking