ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ଆଜି ବିପୁଳ ପରିମାଣର ସୁନା ଓ ରୁପା ଜବତ କରାଯାଇଛି । ସିଟି -ଜିଏସ୍ଟି ଟିମ୍ ବିମାନବନ୍ଦର ବାହାରପାର୍ଶ୍ୱରେ ରଖା ଯାଇଥିବା ୨ଟି କଣ୍ଟେନରରୁ ୫୦ କେଜି ସୁନା ଓ ୧ କ୍ୱିଣ୍ଟାଲ ରୁପା ଜବତ କରଛିି । ଏଥି ସହିତ ଦୁଇଟି ଟଙ୍କାବୁହା ଲଜେଷ୍ଟିକ ଗାଡିକୁ ମଧ୍ୟ ଜବତ କରାଯାଇଛି । ସୁନା ଓ ରୁପାର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ସିଟି-ଜିଏସ୍ଟି ଟିମ୍ ସୁନା, ରୁପା,କଣ୍ଟେନର ଆଦି ସାମଗ୍ରୀ ଜବତ କରିବା ସହିତ ଏହି ଘଟଣା ସହ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏତେ ପରିମାଣର ସୁନା ଓ ରୁପା ଜବତ ହେବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ବେଳେ କାହିଁକି ଓ କେଉଁଥି ପାଇଁ ମୁମ୍ବାଇରୁ ଏଗୁଡିକୁ ଅଣାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଆଜି ଅପରାହ୍ଣରେ ପ୍ରାୟ ସାଢେ ତିନିଟା ବେଳେ ମୁମ୍ବାଇରୁ ଭୁବନେଶ୍ୱର ଆସିଥିବା ଏକ ବିମାନରେ ଏହି ସୁନା ଓ ରୁପା ଆସିଥିଲା । ବିମାନବନ୍ଦରରୁ ସୁନା-ରୁପା ବାହାରକୁ ଆଣି ସାରିଥିଲେ ଉକ୍ତ କାରବାରରେ ସଂପୃକ୍ତ ବ୍ୟକ୍ତିମାନେ । ତେବେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହଠାତ୍ ମୁମ୍ବାଇ-ଭୁବନେଶ୍ୱର ବିମାନ ପହଞ୍ôଚବା କ୍ଷଣି ସେଠାରେ ପହଞ୍ôଚଯାଇଥିଲା ସିଟି -ଜିଏସ୍ଟି ଟିମ୍ । ଅତର୍କିତ ଭାବେ ସେହି କଣ୍ଟେନରକୁ ଅଟକାଇ ତନଖି କରିଥିଲା ଏହି ଟିମ୍ । ସେଥିରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ କରିବାରେ ସଫଳ ହୋଇଥିଲା ଟିମ୍ । ଜବତ ଅଳଙ୍କାର ଗୁଡିକ କାଟୁନ୍ରେ ପ୍ୟାକିଂ କରାଯାଇଥିଲା । ଆଉ ମାତ୍ର କିଛି ସମୟ ବିଳମ୍ବ ହୋଇଥିଲେ ଏହି ମୁଲ୍ୟବାନ ଅଳଙ୍କାରଗୁଡିକ ରାଜଧାନୀର ବଡ଼ବଡ଼ ଗହଣା ସୋରୁମକୁ ଚାଲିଯାଇଥାନ୍ତା । ତେବେ ସମୟୋପଯୋଗୀ ପଦକ୍ଷେପ ଯୋଗୁ ସମସ୍ତ ଗହଣା ସୋ’ରୁମ୍ରେ ପହଞ୍ଚିବା ପୂର୍ବରୁ ସିଟି-ଜିଏସ୍ଟିର ଟିମ୍ ହାତରେ ଲାଗିଯାଇଥିଲା । ଚଢ଼ଉ ସମୟରେ ଟିମ୍ ୨ଟି ଲଜିଷ୍ଟିକ ଗାଡ଼ି କୁ ଯାଞ୍ଚ କରିଥିଲା । ଅଟକ ଥିବା ୪ ଜଣ ବ୍ୟକ୍ତି ସନ୍ତୋଷଜନକ ଉତ୍ତର ଦେଇପାରୁ ନଥିବାରୁ ଏହି ଘଟଣାକୁ ନେଇ ନାନା ସନ୍ଦେହ ଏବେ ଉପୁଜିଛି ।










