ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ର ଚତୃ ପାର୍ଶ୍ଵ ରେ ଥିବା ଗ୍ରାମ ଗୁଡିକ ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କନ୍ୟା ଏକ୍ସପ୍ରେସ ସେବା ର ଭ୍ୟାନ ଗାଁ କୁ ଗାଁ ବୁଲି ଲୋକ ମାନଙ୍କୁ ଚିକିତ୍ସା କରି ବା ପାଇଁ ବ୍ୟବସ୍ଥା ରହିଛି କିନ୍ତୁ ଚିକିତ୍ସ ନାମ କୁ ମାତ୍ର କାରା ଯାଉଚି l ଖାଦ୍ୟ ଅଭାବ ର ରକ୍ତ ହୀନତା ଜନିତ ରୋଗ ଦେଖା ଯାଉଛି l ସେଠାକାର ଆଦିବାସୀ ମାନେ ସେମାନଙ୍କ ର ଅନ୍ଧ ବିଶ୍ବାସ ଯୋଗୁ ଡାକ୍ତରୀ ଚିକିତ୍ସା ଅପେକ୍ଷା ଝଡ଼ା ଫୁଙ୍କା ଚେର ମୁଳୀ ଗୁଣିଆ ଉପରେ ଅଗାଢ ବିଶ୍ୱାସ ରହିଛି l ତେଣୁ ରୋଗ ବୃଦ୍ଧି ହେଲେ ଅତି ବାଧ୍ୟ ରେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନା ଯାଇଛନ୍ତି l ଜଣେ ଛାତ୍ରୀ କାଳହେଲା ରକ୍ତହୀନତା ରୋଗୀଙ୍କୁ ଝଡ଼ାଫୁଙ୍କା କରି ଶେଷ ମୁହୂର୍ତ୍ତ ରେ ଡାକ୍ତରଖାନା ଯାଇ ଥିଲେ l ପ୍ରଥମ ରୁ ଚିକିତ୍ସା କାରା ଯାଇ ଥିଲେ ସେ ବଞ୍ଚିଯାଇଥlନ୍ତl ଚିକିତ୍ସା ଅଭାବରୁ ମାଟ୍ରିକ୍ ଛାତ୍ରୀଙ୍କ ମୃତ୍ୟୁ ହେଲା l କିଶୋରୀମାନଙ୍କ ରକ୍ତହୀନତା ରୋଗଦୂର ପାଇଁ ଖଣିଅଞ୍ଚଳରେ ବୁଲୁଥିବା କନ୍ୟା ଏକ୍ସପ୍ରେସ୍ର ସେବା ଉପରେ ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି l ରକ୍ତହୀନତା ରୋଗରେ ଆକ୍ରାନ୍ତ ଥିବା ଜଣେ ଆଦିବାସୀ ଛାତ୍ରୀଙ୍କୁ ଚିକିତ୍ସା ପରିବର୍ତ୍ତେ ମାସମାସ ଧରି ଗୁଣିଆ ପାଖକୁ ନେଇ ଗୁଣିଗାରେଡ଼ି, ପୂଜାପାଠ ଓ ଝଡ଼ାଫୁଙ୍କା କରି ଜଡ଼ିବୁଟି ଉପଚାର କରିଆସୁଥିଲେ। ହେଲେ ରୋଗ କମିବା ପରିବର୍ତ୍ତେ ବଢ଼ି ଚାଲିଥିଲା। ସ୍ବାସ୍ଥ୍ୟହାନୀ ଗୁରୁତର ସମସ୍ୟା ଧାରଣ କରିଥିଲା। ଶେଷରେ ଆଜି ସକାଳୁ ରୋଗାକ୍ରାନ୍ତ ନାବାଳିକା ଜଣକ ଆଖି ବୁଜିଛନ୍ତି। ମୃତକ ଜଣକ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ କାଦୁଅବନ୍ଦୀ ମୁଣ୍ଡାସାହିର ବିନି ହେମ୍ବ୍ରମ। ସେ ଗାଁ ପାଖ ଗରାମିଆଁ ଆଞ୍ଚଳିକ ହାଇସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିଲେ। ଏବର୍ଷ କୁହିକା ମହାଗିରି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ୪ଟି ବିଷୟର ପରୀକ୍ଷା ଦେବା ପରେ ସେହି ପରୀକ୍ଷାକେନ୍ଦ୍ରରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଅସୁସ୍ଥତା ପାଇଁ ସେବେ ଠାରୁ ସେ ଆଉ ଅବଶିଷ୍ଟ ପରୀକ୍ଷା ଦେବାରୁ ବଞ୍ଚିତ ରହିଥିଲେ।
ଛାତ୍ରୀ ପରୀକ୍ଷାରୁ ଦୂରେଇ ରହିବା ଜାଣି ପ୍ରଧାନଶିକ୍ଷକ ତୁଳସୀ ପ୍ରସାଦ ମହାନ୍ତ ଓ ଅନ୍ୟ ଶିକ୍ଷକମାନେ ତାଙ୍କ ଘରକୁ ଏକାଧିକ ବାର ଯାଇ ପାଠପଢ଼ା ଓ ପରୀକ୍ଷା ପାଇଁ ପ୍ରବର୍ତ୍ତାଇ ଥିଲେ ହେଁ ପରିବାର ପକ୍ଷରୁ ସହଯୋଗ ମିଳିନଥିଲା ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି। ବରଂ ଅଧିକାଂଶ ସମୟରେ ଛାତ୍ରୀ ଜଣକ ଝଡ଼ାଫୁଙ୍କା ପାଇଁ ଡୁବୁରି ଓ ଖଣି ଅଞ୍ଚଳ ଆଡ଼କୁ ଯାଇଥିବା ଜାଣିବା ପରେ ଶିକ୍ଷକମାନେ ତାଙ୍କ ଘରୁ ଫେରିବାକୁ ବାଧ୍ୟ ହେଉଥିଲେ ବୋଲି ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତ କହନ୍ତି। ସମସ୍ତ ୪ଟି ଯାକ ପରୀକ୍ଷାରେ ଆଶାନୁରୂପ ପାସ୍ ମାର୍କ ରଖିଥିବା ଦର୍ଶାଇ ଏହି ଛାତ୍ରୀଙ୍କ ମୃତ୍ୟୁ ଖବର ଶୁଣି ପ୍ରଧାନଶିକ୍ଷକ ଦୁଃଖ ପ୍ରକାଶ କରିଥିଲେ। ଛାତ୍ରୀ ଜଣକ ଦିନକୁ ଦିନ ଦୁର୍ବଳ ହେଉଥିବା ଦେଖି ତାଙ୍କୁ ଭଲ ମେଡିକାଲରେ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଉଥିଲେ ହେଁ ତାଙ୍କ ପରିବାର ଏହାକୁ ଗ୍ରହଣ କରୁନଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରନ୍ତି।
ଆଜି ଏ ସଂପର୍କରେ ଛାତ୍ରୀଙ୍କ ବାପା ବିରେନ ହେମ୍ବ୍ରମଙ୍କୁ ପଚାରିବାରେ ଝିଅକୁ ଆମେ ଗତକାଲି ଏକାଧିକ ବାର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲୁ। କିଛି ରିପୋର୍ଟ ବାହାରିଲାନି, ତା’ ଦେହରେ ରକ୍ତ କମ୍ ଥିଲା ବୋଲି ଡାକ୍ତର କହୁଥିଲେ। ଆଜି ସକାଳୁ ଝିଅକୁ ଆମେ ମୃତ ଅବସ୍ଥାରେ ଦେଖିଥିଲୁ।
ଅନ୍ୟପକ୍ଷରେ ଖଣିଅଞ୍ଚଳରେ ଏକାଧିକ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଶୋରୀମାନଙ୍କ ରକ୍ତହୀନତା ରୋଗ ଦୂର ପାଇଁ କନ୍ୟା ଏକ୍ସପ୍ରେସ୍ ନାଁରେ ଗାଁକୁ ଗାଁ ଆମ୍ବୁଲାନ୍ସ ବୁଲିବା ସହ ସହାୟତା କରାଯାଉଥିବା ଦର୍ଶାଯାଉଥିବା ସ୍ଥଳେ ଜଣେ ସ୍କୁଲ ଛାତ୍ରୀ ଏହି ରୋଗରେ ବର୍ଷବର୍ଷ ଧରି ଆକ୍ରାନ୍ତ ଥାଇ ମୃତ୍ୟୁ ମୁଖରେ ପଡ଼ିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ତଦନ୍ତକରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।










