14.1 C
Bhubaneswar
Friday, January 16, 2026
Homeଅପରାଧଗେମ ଖେଳିବାକୁ ମିଳିଲାନି ଅନୁମତି ଯୁବକ କଲେ ଏଭଳି କାଣ୍ଡ

ଗେମ ଖେଳିବାକୁ ମିଳିଲାନି ଅନୁମତି ଯୁବକ କଲେ ଏଭଳି କାଣ୍ଡ

ବିହାର : ମୋବାଇଲରେ ଗେମ ଖେଳିବାକୁ ଅନୁମତି ଦେଲେନି ଘରଲୋକ। ବିହାରର ଜଣେ ଯୁବକ ଏକ ଚାବି, ଦୁଇଟି ନେଲ କଟର ଏବଂ ଛୁରୀ ଗିଳି ଦେଲେ । ରିପୋର୍ଟ ଅନୁଯାୟୀ, ଯେତେବେଳେ ପରିବାର ତାଙ୍କୁ ମଲ୍ଟିପ୍ଲେୟାର ଖେଳ ଖେଳିବାକୁ ଅନୁମତି ଦେଇନଥିଲେ- ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ, ବିହାରର ମୋତିହାରୀ ନିବାସୀ ଏହି ଯୁବକ ଏକ ଚାବି ପେନ୍ଥା , ଦୁଇଟି ନେଲ କଟର ଏବଂ ଗୋଟିଏ ଛୁରୀ ଗିଳି ଦେଇଥିଲା । ଏହି ଜିନିଷଗୁଡ଼ିକୁ ଗିଳିଦେବା ପରେ ସେ କିଛି ସମୟ ପାଇଁ ଭଲ ରହିଲେ । କିଛି ଘଣ୍ଟା ପରେ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା, ଯାହା ଫଳରେ ତାଙ୍କ ପରିବାର ତାଙ୍କୁ ପୂର୍ବ-ଚମ୍ପରନ୍ ଜିଲ୍ଲାର ମୋତିହାରୀ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗିଳିଥିବା ଜିନିଷଗୁଡ଼ିକ ତାଙ୍କ ପେଟର ଏକ୍ସ-ରେ ରେ ଦୃଶ୍ୟମାନ ହୋଇଥିଲା । ଡାକ୍ତର ଡକ୍ଟର ଅମିତ କୁମାର କହିଛନ୍ତି ଯେ ସେହି ଯୁବକଙ୍କର ପ୍ରାୟ ଦେଢ଼ ଘଣ୍ଟା ଅପରେସନ୍ କରାଯାଇଥିଲା, ଯେଉଁଥିରେ ସେ ଗିଳି ଦେଇଥିବା ସମସ୍ତ ଜିନିଷ ବାହାର କରାଯାଇଥିଲା । ତେବେ ତାଙ୍କର ଅପରେସନ୍ ପରେ, ବ୍ୟକ୍ତି ଜଣକ ବର୍ତ୍ତମାନ ସ୍ଥିର ଏବଂ ନିରାପଦରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking