32.5 C
Bhubaneswar
Monday, June 29, 2026
Homeଓଡିଶାଚିକିଟି ମଦ ଘଟଣା ନେଇ ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଚିକିଟି ମଦ ଘଟଣା ନେଇ ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

– ହିଞ୍ଜିଳିକାଟୁ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ମନ୍ତ୍ରୀ
– ଅନଶନରତ ଷ୍ଟାଫ୍‌ ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟି ଦାବି ପୂରଣ ନେଇ ଦେଲେ ଆଶ୍ୱାସନା

ବ୍ରହ୍ମପୁର/ ଭୁବନେଶ୍ୱର: ଆଜି ଅପରାହ୍ଣରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଏଥି ସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳଠାରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଡାକ୍ତରଖାନା ଆସିଥିବା ସମସ୍ତ ଆହତଙ୍କୁ ଭେଟିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

ସେହିପରି ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ଷ୍ଟାଫ୍‌ ନର୍ସ ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟି ସମସ୍ତ ଦାବି ବିଚାର ନେଇ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏଠାରେ ଉଲ୍ଲେଖ କରିଥିଲେ । ଏହି ଗସ୍ତ ସମୟରେ ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା, ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସାର୍ଥକ ଷଡଙ୍ଗୀ, ମେଡିକାଲ ଅଧୀକ୍ଷକ ସୁଚିତ୍ରା ପାଣିଗ୍ରାହୀ ଓ ପ୍ରଶାସକ ଶ୍ରୀ ସଂଗ୍ରାମ କେଶରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking