32.5 C
Bhubaneswar
Monday, June 29, 2026
Homeଓଡିଶାକେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜେଡି

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜେଡି

ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରାପଡା ଜିଲ୍ଲାପରିଷଦର ନବନିର୍ବାଚିତ ଅଧ୍ୟକ୍ଷା ଲିଲିତା ଦାସ ଓ ଜିଲ୍ଲାପରିଷଦ ସଦସ୍ୟ
ମୁଁ ଆପଣ ମାନଙ୍କ ସାଥିରେ ଅଛି, ଲୋକଙ୍କ ପାଇଁ ଭଲ କାମ ଜାରି ରଖନ୍ତୁ – ନବୀନ ପଟ୍ଟନାୟକ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ । ଆଜି ଅନୁଷ୍ଠିତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦର ଅଧ୍ୟକ୍ଷା ଭାବେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଶ୍ରୀମତି ଲିଲିତା ଦାସ, ନବୀନ ନିବାସକୁ ଆସି ବିଜୁ ଜନତା ଦଳ ସଭାପତି ତଥା ବିରୋଧିଦଳ ନେତାନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ.ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷା ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲ୍ଲାପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସୁଚନାଯୋଗ୍ୟ ଆଜି ଅନୁଷ୍ଠିତ ନିର୍ବାଚନରେ ଶ୍ରୀମତୀ ଲିଲିତା ଦାସ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଜିଲ୍ଲାପରିଷଦର ୩୧ ଜଣ ସଦସ୍ୟଙ୍କ ମଧ୍ୟରୁ ୨୯ଜଣ ହେଉଛନ୍ତି ବିଜୁ ଜନତା ଦଳର ।

ଏହି ଅବସରରେ ବିରୋଧିଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଆପଣମାନେ ଲୋକଙ୍କ ପାଇଁ ଭଲ କାମ ଜାରି ରଖନ୍ତୁ, ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ଏହି ସାକ୍ଷାତ ସମୟରେ ବିଧାୟକ ପ୍ରତାପ ଦେବ, ବିଧାୟକ ଧ୍ରୁବ ସାହୁ, ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର, ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଓ ସାଂସଦ ପ୍ରାଥି ଶ୍ରୀ ଅଂଶୁମାନ ମହାନ୍ତି ଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking