26.1 C
Bhubaneswar
Saturday, March 14, 2026
Homeଓଡିଶାନିଖୋଜ ନାବାଳକର ମୃତଦେହ ଉଦ୍ଧାର

ନିଖୋଜ ନାବାଳକର ମୃତଦେହ ଉଦ୍ଧାର

ବ୍ରହ୍ମପୁର : ନିଖୋଜ ୪ ଘଣ୍ଟା ପରେ ନାବାଳକର ମୃତଦେହ ଉଦ୍ଧାର। ବୁଧବାର ମୁକୁଳା ନାଳରେ ଭାସିଯାଇ ନିଖୋଜ ହୋଇଥିଲେ ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ୧୪ ନଂ ଗଳିର ଜଣେ ୧୦ବର୍ଷର ନାବାଳକ । ନାବଳକ ଜଣଙ୍କ ସାଇକଲରେ ଆସୁଥିବା ବେଳେ ବର୍ଷା ପାଣି ପ୍ରବାହିତ ହେଉଥିବା ନାଳରେ ପଡି ଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସାହି ବାସିନ୍ଦା ଖୋଜାଖୋଜି ଜାରି ରଖିଥିଲେ। ହେଲେ ନାଳରେ ବହୁମାତ୍ରାରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକଙ୍କୁ ଠାବ କରାଯାଇପାରିନଥିଲା। କେବଳ ସାଇକେଲ ଉଦ୍ଧାର ହୋଇଥିଲା। ଦୀର୍ଘ ୪ ଘଣ୍ଟାର ଖୋଜାଖୋଜି ପରେ ନାବାଳକଟିର ମୃତଦେହ ଉଦ୍ଧାର ହୋଇଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ମୁକୁଳା ନାଳ ରହିଥିବାବେଳେ ଅନେକ ସମୟରେ ଏଭଳି ଅଘଟଣ ଘଟୁଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking