କଟକ : ସିମ୍ବକ୍ସ ନେର୍ଟୱର୍କର ଖିଅ ଖୋଜି କମିଶନ୍ରେଟ ପୁଲିସ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଧରି ଆଜି ରାଞ୍ôଚରେ ପହଞ୍ôଛଛି । ସେଠାରେ ସ୍ଥାନୀୟ ପୁଲିସ ସହାୟତାରେ ଛାନ୍ଭିନ୍ ଚଳାଇ ୫ଟି ସିମ୍ବକ୍ସ ଜବତ କରିଛି। ଏହି ସିମ୍ବକ୍ସ ସହ ୨୫୯ଟି ବିଭିନ୍ନ କମ୍ପାନୀର ସିମ୍ ଜବତ କରିଛି କମିଶନ୍ରେଟ ପୁଲିସ। ଜବତ ହୋଇଥିବା ସିମ୍ ମଧ୍ୟରୁ ୨୧୯ଟି ସିମ୍ ଆକ୍ଟିଭ ଥିଲା ବେଳେ ୪୦ଟି ଇନାକ୍ଟିଭ ରହିଥିବା ପୁଲିସ କହିଛି। ଭୁବନେଶ୍ୱର,କଟକକୁ ମିଶାଇ ପୁଲିସ ବର୍ତ୍ତମାନ ସୁଦ୍ଧା ୧୭ଟି ସିମ୍ ବକ୍ସ ଜବତ କରିଛି। ତେବେ ଆଉ କେଉଁସ୍ଥାନରେ ଏହିଭଳି ସିମ୍ବକ୍ସ ଲାଗିଛି ସେ ନେଇ ପୁଲିସ ଯୋରଦାର ତନାଘନା ଚଳାଇଛି। କମିଶନ୍ରେଟ ପୁଲିସର ଦୁଇଟି ଟିମ୍ ରାଜୁକୁ ଧରି ରାଞ୍ôଚରେ ପହଞ୍ôଚଛି। ରାଞ୍ôଚଠାରୁ ୬ କିଲୋମିଟର ଦୂରରେ ଥିବା ନାମକୁନ ଥାନା ଅନ୍ତର୍ଗତମୌଲାନା ଆଜାଦ୍ କଲୋନୀ,ଲେନ୍ନଂ-୧୫ରେ ଏକ ଭଡା ଘରେ ସିମ୍ବକ୍ସ ବସାଇଥିଲା ରାଜୁ। ଘରଭଡା ବାବଦକୁ ସେ ପ୍ରତିମାସରେ ୭୫୦୦ଟଙ୍କା ଘର ମାଲିକକୁ ଦେଉଥିଲା। ସପ୍ତାହକୁ ଥରେ ସେଠାକୁ ଯାଇ ସିମ୍ବକ୍ସର ପାୱାର ସିଷ୍ଟମ୍ ଚେକ୍ କରିବା ସହ ସିମ୍କୁ ଅଦଳ ବଦଳ କରି ସେଠାରୁ ଫେରୁଥିଲା। ଏହି ସିମ୍ବକ୍ସକୁ ସେ ପଶ୍ଚିମବଙ୍ଗରେ ମୁଖ୍ୟଅଭିଯୁକ୍ତ ଆଶାଦୁର ଜମାନ ଠାରୁ ଆଣିଥିଲା ବୋଲି କହିଛି ରାଜୁ। ମୁଖ୍ୟ ଅଭିଯୁକ୍ତ ବାଂଲାଦେଶୀ ଆଶଦୁରକୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନେଇଛି ପୁଲିସ। ଏଥି ସହିତ ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆସି ଭୁବନେଶ୍ୱର ପହଞ୍ôଚବ ବୋଲି ସୂଚନା ମିଳିଛିି। ରାଞ୍ôଚରେ କମିଶନ୍ରେଟ ପୁଲିସକୁ ଝାଡଖଣ୍ଡର ସାଇବର ସେଲ୍,ସିଆଇଡି କ୍ରାଇମ୍ବ୍ରାଞ୍ଚ, ସ୍ପେଶାଲ୍ ବ୍ରଞ୍ଚ, ନାମକୁମ୍ ଥାନା ଏବଂ ଲୋୟର ଥାନା ପୁଲିସ ଛାନ୍ଭିନରେ ସହଯୋଗ କରିଥିଲା। ଆସନ୍ତା କାଲି ରାଜୁକୁ ଧରି କମିଶନରେଟ୍ ପୁଲିସ ଓଡିଶାରେ ପହଞ୍ôଚବ ବୋଲି ଜଣାପଡ଼ିଛି।










