କୋଲକାତା: ଏହି ଘଟଣାକୁ କେନ୍ଦ୍ର କରି କିର୍ତ୍ତୀ ଶର୍ମା ନାମକ ଜଣେ ୨୩ ବର୍ଷୀୟ କଲେଜ ପଢ଼ା ଛାତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବେଳେ ତାଙ୍କୁ ଗିରଫ ହେବାକୁ ପଡିଛି । ଏହି ଛାତ୍ରୀଜଣକ କୀର୍ତ୍ତି ସୋସିଆଲ ନାମରେ ନିଜର ଏକ ସୋସିଆଲ୍ ମିଡିଆ ଆକାଉଣ୍ଟ ଚଳାଉଥିବା ବେଳେ ମମତାଙ୍କ ସମ୍ପର୍କରେ ବିବାଦୀୟ ବୟାନ୍ ଦେଇଥିଲେ । ସେ ଲେଖିଥିଲେ ଯେ, ଇନ୍ଦିରା ଗାନ୍ଧୀଙ୍କ ଭଳି ମମତାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଉ । ଯଦି ଏହା ସମ୍ଭବ ହୋଇପାରୁନି ତେବେ ସେ କାହାକୁ ଏଥିପାଇଁ ଦୋଷ ଦେବେ ନାହିଁ । ବିକମ୍ ଡିଗ୍ରୀ ୨ୟ ବର୍ଷରେ ପଢ଼ୁଥିବା ଏହି ଛାତ୍ରୀଜଣଙ୍କ ଏଭଳି ପୋଷ୍ଟ ଆସିବା ପରେ କୋଲକାତା ପୁଲିସ୍ ତାଙ୍କୁ ଘରୁ ଗିରଫ କରିଛି । ଅଭିଯୋଗ ହୋଇଛି ଯେ ସେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ସହ ଜଡ଼ିତ ସେ ତିନୋଟି ଇନଷ୍ଟାଗ୍ରାମ ଷ୍ଟୋରି ସେୟାର କରିଥିଲେ । ପୁଲିସ୍ ଦାବି କରିଛି ଯେ ଏହି ପୋଷ୍ଟଗୁଡିକ ଉତ୍ତେଜକ, ସାମାଜିକ ଅଶାନ୍ତି ସୃଷ୍ଟି କରିବା ଏବଂ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ପରି ପୋଷ୍ଟ୍ ଥିଲା ।









