27.1 C
Bhubaneswar
Tuesday, March 31, 2026
Homeଓଡିଶାସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଟ କମିଶନର ଗିରଫ

ସିଟି ଆଣ୍ଡ ଜିଏସଟି ଆସିଷ୍ଟାଣ୍ଟ କମିଶନର ଗିରଫ

କଟକ: ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀ ଗିରଫ ହୋଇଛନ୍ତି। ସରକାରୀ ଟିକସ ହେରଫେର ଅଭିଯୋଗ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଶନିବାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବିନୟ ଭୂଷଣ ତ୍ରିପାଠୀଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଚଢ଼ଉ କରାଯାଇଥିଲା। ଆଜି ତାଙ୍କୁ ବିନୟ ଭୂଷଣ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଗତ ମେ ମାସରେ ଶ୍ରୀ ତ୍ରିପାଠୀ ଓ ଏନଫୋର୍ସମେଣ୍ଟ ୟୁନିଟ ଯାଜପୁରରେ ଏକ ସ୍କ୍ରାପ ବ୍ୟବସାୟୀଙ୍କୁ ଧରିଥିଲେ।

ଟ୍ରକ ବୋଝେଇ ସ୍କ୍ରାପ ନେଇଯାଉଥିବା ଟ୍ରକରେ ୮ଲକ୍ଷ ୮୯ହଜାର ଟଙ୍କାର ସାମଗ୍ରୀ ଥିଲା। ଜିଏସଟି ବାବଦରେ ଟ୍ରକ ମାଲିକଙ୍କୁ ୩ଲକ୍ଷ ୨୦ହଜାର‌ ଟଙ୍କା ଜମା କରିବା ପାଇଁ କହିଥିଲେ। ଏହାବାଦ ଗାଡି ଓ େସଥିରେ ଥିବା ସାମଗ୍ରୀ ଛାଡିବା ପାଇଁ ୨ଲକ୍ଷ ୫୦ହଜାର‌ ଟଙ୍କା ଦାବି କରିଥିଲେ। ମାତ୍ର ଗାଡି ମାଲିକ କିଛି ଟଙ୍କା ଦେଇ ନ ଥିଲେ। ପରେ ଶ୍ରୀ ତ୍ରିପାଠୀ ଜବତ କରିଥିବା ସ୍କ୍ରାପକୁ ବେଆଇନ ଭାବେ ଆଉଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ୮୫ହଜାରରେ‌ ବିକ୍ରି କରି ଦେଇଥିଲେ।

ମାତ୍ର ଏହି ଅର୍ଥକୁ ସରକାରୀ ତହବିଲରେ ଜମା ନ କରି ନିଜେ ଆତ୍ମସାତ କରିଦେଇଥିଲେ। ଏ ନେଇ ଅଭିଯୋଗ ହେବାପରେ ଶ୍ରୀ ତ୍ରିପାଠୀଙ୍କ ଭୁବନେଶ୍ୱର ୟୁନିଟ-୨ସ୍ଥିତ ସରକାରୀ ବାସଭବନ, ଖୋର୍ଦ୍ଧା ନିରାକାରପୁର ଥାନା ପଦ୍ମପୁରସ୍ଥିତ ପୈତୃକ ବାସଭବନ, ନିର୍ମାଣାଧୀନ ଫାର୍ମ ହାଉସ, ଯାଁଳା ଉତ୍ତର ମୁଣ୍ଡମୁହାଣଠାରେ ଥିବା ଫ୍ଲାଟ ଓ ପାଟକୁରା ଯଦୁପୁର ଗ୍ରାମରେ ଏକକାଳୀନ ଚଢଉ କରାଯାଇଥିଲା। ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ଆଜି ବିନୟ ଭୂଷଣଙ୍କୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking