ଭୁବନେଶ୍ୱର : ଭୁବନେଶ୍ବର ରାଜରାସ୍ତାରେ ସହ ସହ ମେଡିକାଲ ଛାତ୍ରଛାତ୍ରୀ l ଆର୍.ଜି କର କଲେଜ ପୀଡିତାଙ୍କ ନ୍ୟାୟ ପାଇଁ ଏବିଭିପିର ଆନ୍ଦୋଳନ l ପଶ୍ଚିମବଙ୍ଗର କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଏବିଭିପି ସହ ଅଭିନ୍ନଚନ୍ଦ୍ର ହୋମିଓପୋଥୀ ଭେଷଜ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଆଜି ଭୁବନେଶ୍ଵରରେ ଆନ୍ଦଳନ କରିବା ସହ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ଗତ କିଛି ମାସ ହେବ ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷା ସହ ଜଡିତ ଘଟଣା ଘଟିଛି। ପଶ୍ଚିମବଙ୍ଗର ମମତା ସରକାର ଏଭଳି ଦୁଷ୍କର୍ମରେ ଜଡ଼ିତ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି | ଅତୀତରେ ଟିଏମସି ଗୁଣ୍ଡାଙ୍କ ଦ୍ୱାରା ଏପରି ଅନେକ ବଳାତ୍କାର କରାଯାଇଥିଲା କିନ୍ତୁ ମମତା ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ସବୁଠାରୁ ବଡ ବିଷୟ ଯେତେବେଳେ ଡାକ୍ତର ମାନେ ଆନ୍ଦୋଳନ କରୁଥିଲେ ଗୁଣ୍ଡା ମାନେ ମେଡିକାଲରେ ପଶି ମାରପିଟ କରିବା ସହ ପ୍ରମାଣ ନଷ୍ଟ କରିଲେ l ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧ ଦେବ କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ଵୟଂ ମମତା ବାନାର୍ଜୀ, ସେହି ହିଁ ଗୃହ ମନ୍ତ୍ରୀ ସେ ହିଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସେ କାହା ବିରୋଧରେ ଆନ୍ଦୋଳନ କରୁଛନ୍ତି l ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ମହିଳା ମାନଙ୍କ କ୍ଷେତ୍ରରେ ବିଭିନ୍ନ ଘଟଣା ଘଟୁଥିଲେ ବି ମମତା ଚୁପ୍ ତେଣୁ ସେ ଇସ୍ତଫା ଦେଇ ପଶ୍ଚିମବଙ୍ଗ କୁ ମୁକ୍ତ କରନ୍ତୁ l ପଶ୍ଚିମ ବଙ୍ଗରେ ଘଟୁଥିବା ଏହି ଘଟଣା ମାନବିକତା ପାଇଁ ଲଜ୍ଜାଜନକ। ଏହି ଘଟଣାକୁ ଧ୍ୟାନରେ ରଖି ଏବଂ ମମତା ସରକାରଙ୍କ ବିରୋଧରେ ଏବିଭିପି ପୁରା ରାଜ୍ୟରେ ଅନ୍ଦୋଳନ କରିଛନ୍ତି l ଏହି ଆନ୍ଦୋଳନରେ ଡ଼ା ଶୁଭେନ୍ଦୁ କୁମାର ସାହୁ, ଡ଼ା ନଚିକେତା ଗୁପ୍ତା, ଡ଼ା ଆଶିଷ ମହାନ୍ତି, ଡ଼ା ସୌରଭ ମହାରଣା ,ସମୃଧା ଦାସ, ସୌମ୍ୟଦର୍ଶନ ସାହୁ ,ବିଶ୍ଵଜିତ ସାହୁ, ରାଜକୁମାର ମିଶ୍ର, ବିଶ୍ଵଜିତ ପାତ୍ର, ତପସ୍ଵନୀ ,ସାସ୍ୱତୀ ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l










