28.2 C
Bhubaneswar
Saturday, June 27, 2026
Homeଓଡିଶାଅରୁଣ ସ୍ତମ୍ଭ ସାମ୍ନାରେ ପେଜ ପାଣି

ଅରୁଣ ସ୍ତମ୍ଭ ସାମ୍ନାରେ ପେଜ ପାଣି

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ଢେଉ ମାରୁଛି ପେଜ। ପେଜନଳାରୁ ନିର୍ଗତ ପାଣି ସିଂହଦ୍ଵାର ସମ୍ମୁଖରେ ସ୍ରୋତ ଭାବେ ଚାଲୁଛି। ସିଂହଦ୍ଵାରରେ ସ୍ରୋତ ଚାଲିବା ଯୋଗୁଁ ଭକ୍ତମାନେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ଚାଲିଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେପଟେ ପେଜ ପାଣିକୁ ସଫା କରିବା ପାଇଁ ନାକେଦମ ହେଲେଣି ସଫେଇ କର୍ମଚାରୀ। ସବୁଠାରୁ ବଡକଥା ହେଉଛି ଏଥିପ୍ରତି ନା ପ୍ରଶାସନ ନା ମନ୍ଦିର ପ୍ରଶାସନ କେହି ବି ଯତ୍ନବାନ ହୋଇନାହାନ୍ତି। ପେଜନଳା ଓ ଏମାରମଠ ଆଡୁ ଆସୁଥିବା ଏହି ପେଜପାଣି ଭକ୍ତ ଓ ସେବକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking