25.9 C
Bhubaneswar
Monday, April 6, 2026
Homeଓଡିଶାବରଗଡ଼ରେ ଝାଡ଼ାବାନ୍ତି ଆତଙ୍କ

ବରଗଡ଼ରେ ଝାଡ଼ାବାନ୍ତି ଆତଙ୍କ

ବରଗଡ଼ : ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଅମଲିପାଲି ଗାଁରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାରର ଆଉ ୪ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଗ୍ରାମର ଆହୁରି ୩୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମର ଜଗନ୍ନାଥ ଦେହୁରୀ ଙ୍କ ଝାଡ଼ାବାନ୍ତିରେ ୧୦ ତାରିଖରେ ମୃତ୍ୟୁ ହୋଇଯାଇଥିଲା। ସ୍ବାମୀଙ୍କ ମୃତ୍ୟୁର ୬ ଦିନ ପରେ ଶୁକ୍ରବାର ସକାଳେ ସ୍ତ୍ରୀ କଳାବତୀଙ୍କ ମଧ୍ୟ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। କଳାବତୀଙ୍କ ଝିଅ ମମତା ଓ ପୁଅ କୁଶ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହି ଗାଁର ୩୫ ଜଣରୁ ଅଧିକ ବ୍ୟକ୍ତି ଗତ ୧୨ ତାରିଖରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବରଗଡ଼ ଓ ଭେଡ଼େନ ସରକାରୀ ଡାକ୍ତରଖାନାର ଡାକ୍ତରୀ ଦଳ ଅମଲିପାଲିରେ ରହି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking