ଭୁବନେଶ୍ବର : ଓଡ଼ିଶାର ନୂଆ ପୁଲିସ ଡିଜି ଭାବେ ୱାଇ.ବି ଖୁରାନିଆ ଆଜି ଅପରାହ୍ଣରେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚ୍ ଆଇପିଏସ୍ ଅଫିସର ଯୋଗେଶ ବାହାଦୂର ଖୁରାନିଆ । ସୂଚନାଯୋଗ୍ୟ, ଶ୍ରୀ ଖୁରାନିଆଙ୍କୁ ଡିଜିପି ଭାବେ ନିଯୁକ୍ତ କରିବାର ନେଇ ଆଜି ପୂର୍ବାହ୍ଣରେ ଜଣାପଡ଼ିଥିଲା। ଖୁରାନିଆଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀ ଖୁରାନିଆ ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ସେ ପ୍ରାରମ୍ଭିକ ସମୟରେ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଥିଲେ ଏହାଛଡ଼ା ସେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ଶ୍ରୀ ଖୁରାନିଆ ବିଏସଏଫର ସ୍ପେଶାଲ୍ ଡିଜି ମଧ୍ୟ ଥିଲେ।