25.9 C
Bhubaneswar
Monday, April 6, 2026
Homeଓଡିଶାଡାଇରିଆରେ ଦମ୍ପତ୍ତିଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

ଡାଇରିଆରେ ଦମ୍ପତ୍ତିଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

ବରଗଡ଼ : ଡାଇରିଆରେ ଦମ୍ପତ୍ତିଙ୍କ ମୃତ୍ୟୁ । ବରଗଡ଼ ଭେଡେନ ଥାନା ଅମିଲିପାଲି ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ଦୁଇ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ଲୋକେ । ସେପଟେ ମୃତ ଜଗନ୍ନାଥ ଦେହେରୀ ଓ କଳାବତୀଙ୍କ ଝିଅ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଗାଁର ୨୦ରୁ ଅଧିକ ଲୋକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତିରେ ଜୀବନ ଯିବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ୩ ଦିନ ତଳେ ଗାଁକୁ ଯାଇ ପାଣି ନମୂନା ସଂଗ୍ରହ କରିଥିଲେ । କିନ୍ତୁ ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଦୁଇଟି ଜୀବନ ଯାଇଥିବା ଅଭିଯୋଗ ହୋଇଛି । ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ଲୋକେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନାକୁ ଯାଉଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking