ମାଲକାନଗିରି : ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ। ବନ୍ଦ ଡାକରା ଦେଇଛି ମାଲକାନଗିରି ହିନ୍ଦୁ ଜାଗରଣ ମଞ୍ଚ। ବାଂଲାଦେଶୀ ମୁସଲିମ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ପ୍ରତିବାଦ କରି ବନ୍ଦ ଡକରା ଦିଆଯାଇଛି। ଆଜି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ। ଏହାସହ ଦୋକାନ ବଜାର, ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି। ସେପଟେ ଏହି ବନ୍ଦ ଡାକରା ପ୍ରଭାବରେ ଯାତାୟତ ଠପ୍ ହୋଇଯାଇଛି। କେବଳ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ସୂଚନା ଅନୁଯାୟୀ, କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ସେମାନେ ବାଂଲାଦେଶୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ। ତେବେ ବାଂଲାଦେଶୀ ଅନୁପ୍ରବେଶ ନେଇ ଉପକୂଳ ସମୁଦ୍ରରେ ପାଟ୍ରୋଲିଂ କରାଯିବା ସହ ବୋଟଗୁଡିକର କଡାକଡି ଯାଞ୍ଚ କରାଯାଉଛି।









