ଭୁବନେଶ୍ଵର: ଆସନ୍ତାକାଲିଠୁ ଡାକ୍ତରଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଶନିବାରଠାରୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆନ୍ଦୋଳନ କରାଯିବ। ଜରୁରିକାଳୀନ ସେବାକୁ ବାଦ୍ ଦେଇ ସବୁ ଓପିଡି ବନ୍ଦ ରହିବ । ଏ ନେଇ ଭାରତୀୟ ମେଡିକାଲ ସଂଘ ପକ୍ଷରୁ ସୂଚନା ମିଳିଛି। ତେବେ କଲକାତା ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି । ମଙ୍ଗଳବାର ହାଇକୋର୍ଟ ଘଟଣା ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାଜ୍ୟ ପୁଲିସକୁ ନିର୍ଦେଶ ଦେଇଛନ୍ତି।










