24.1 C
Bhubaneswar
Friday, May 1, 2026
Homeଅପରାଧସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ

ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ

କେନ୍ଦୁଝର : ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶୀବେଡ଼ା ଗାଁରେ ଦେଖିବାକୁ ମିଳିଛି । ମୃତକଙ୍କ ନାଁ ସୁନାରାମ ମୁଣ୍ଡା। ଗତକାଲି ସନ୍ଧ୍ୟାରେ ସୁନାରାମ ନିଶାଶକ୍ତ ଅବସ୍ଥାରେ ଆସି ତାଙ୍କ ତୃତୀୟ ପତ୍ନୀ ସୁକୁମତି ମୁଣ୍ଡାଙ୍କୁ ମାରପିଟ କରିଥିଲେ। ଏହାର କିଛି ସମୟ ପରେ ସୁନାରାମ ନିକଟସ୍ଥ ଏକ ପଡ଼ିଆକୁ ଯାଇ ଶୋଇଥିଲେ। ସେ ଶୋଇଥିବା ବେଳେ ସୁକୁମତି ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ସୁନାରାମଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଦ୍ୱିତୀୟ ପତ୍ନୀ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking