25.9 C
Bhubaneswar
Monday, April 6, 2026
Homeଅପରାଧଭଡାଘରୁ ଯୁବକର ଗଳିତ ମୃତଦେହ ଉଦ୍ଧାର, ପରିବାର ଲୋକ ହତ୍ୟା ଅଭିଯୋଗ

ଭଡାଘରୁ ଯୁବକର ଗଳିତ ମୃତଦେହ ଉଦ୍ଧାର, ପରିବାର ଲୋକ ହତ୍ୟା ଅଭିଯୋଗ

ଯାଜପୁର : ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଚୋରଦା କପିଳେଶ୍ଵର କଲୋନୀର ଏକ ଭଡାଘରୁ ଜଣେ ଯୁବକର ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି | ଯୁବକ ଜଣଙ୍କର ତିନିଦିନ ତଳୁ ମୃତ୍ୟୁ ହୋଇଥିବା କୁହାଯାଉଛି | ମୃତ ଯୁବକ ଜଣଙ୍କ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଜଙ୍ଗାରି ଗ୍ରାମ ଧନେଶ୍ୱର ଖିଲାରଙ୍କ ପୁଅ ସୂର୍ଯ୍ୟ ଖିଲାର (୩0) ବୋଲି ଜଣାପଡିଛି | ସୂଚନା ମୁତାବକ ସେ ଯାଜପୁରରୋଡ଼ରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ | ମୃତ ସୂର୍ଯ୍ୟ ତାର ସ୍ତ୍ରୀ ସହ କପିଳେଶ୍ଵର କଲୋନୀର କିଛି ଦିନ ହେବ  ଏକ ଭଡାଘରେ ରହୁଥିଲେ | ତାହର ସ୍ତ୍ରୀ ଏକ ମଲରେ ମଧ୍ୟ କାର୍ଯ୍ୟ କରୁଥିଲେ | ବହୁ ସମୟରେ ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା | ଏହି କାରଣରୁ ତାହାର ତାଙ୍କ ବାପଘର ଯାଜପୁରରୋଡ଼ ଅନ୍ତର୍ଗତ ପାଇକରା ପୁରରେ ନିଜ ପିଲାଙ୍କ ସହ ରହୁଥିଲା | ବୁଧବାର ଗୀତାଞ୍ଜଳି ନିଜର ଜିନିଷ ପତ୍ର ନେବାପାଇଁ ଆସିଥିଲା | ଘରବାହାର ପଟୁ ତାଲା ଝୁଲୁଥିବା ଦେଖି ତା ନିକଟରେ ଥିବା ଚାବି ଖୋଲିଲା ବେଳେ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରି ଥିଲା | ଏନେଇ ଘର ମାଲିକ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ଯାଜପୁରରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି | ସନ୍ଧ୍ୟା ହୋଇଥିବାରୁ ଗୁରୁବାର ପୋଲିସ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯାଇ ମୋକଦମା ରୁଜୁ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି | ମୃତ ଯୁବକର ପରିବାର ଲୋକ ପହଞ୍ଚି ତାଙ୍କ ପୁଅକୁ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି | ପୋଲିସ ୩୫/ ୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ପୋଲିସ ମୃତ ଯୁବକର ସ୍ତ୍ରୀକୁ ଅଟକ ରଖି ପଚରା ଉଚରା କରୁ ତଦନ୍ତ ଜାରି ରଖିଛି |
ପୋଷ୍ଟ ମଟମ ରିପୋର୍ଟ୍ ଆସିଲେ ମୃତୁ ର କାରଣ ଜଣା ପଡ଼ିବ ବୋଲି ଥାନଧିକାରୀ ଶ୍ରୀ ପ୍ରଧାନ ସୁଚନା ଦେଇ ଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking