18.1 C
Bhubaneswar
Friday, December 26, 2025
Homeଓଡିଶାବିଧାନସଭାରେ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅତିଥି କରିବା ଏକ ବଡ଼ ଅସଙ୍ଗତି :...

ବିଧାନସଭାରେ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅତିଥି କରିବା ଏକ ବଡ଼ ଅସଙ୍ଗତି : ବିଜେଡି

– ରାଜ୍ୟ ସରକାର ପରମ୍ପରା ବିରୋଧୀ କାର୍ଯ୍ୟକ୍ରମ କରନ୍ତୁ ନାହିଁ
– ବାଚସ୍ପତି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଉଚିତ ନୁହେଁ

ଭୁୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ମୁଖପାତ୍ର ତଥା ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ ଓ ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କୁ ଅତିଥି କରିବା ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଏହା ଏକ ଅସଙ୍ଗତି ବୋଲି କହିଛନ୍ତି। ଶ୍ରୀ ଦେବ କହିଥିଲେ, ବିଧାନସଭାରେ ବିଧାୟକମାନଙ୍କୁ ନେଇ ହେଉଥିବା କାର୍ଯ୍ୟକ୍ରମରେ ସାଧାରଣତଃ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଅତିଥି ଭାବେ ରହିଥାନ୍ତି।

କିନ୍ତୁ ରାଜ୍ୟର ବିଜେପି ସରକାର ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ପାଇଁ ଅଗଷ୍ଟ ୧୭ ତାରିଖରେ ହେବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଗଷ୍ଟ ୧୮ ତାରିଖରେ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ବିଧାନସଭାର ସଦସ୍ୟ ନୁହଁନ୍ତି। ତେଣୁ ତାଙ୍କୁ ଅତିଥି କରିବା ଗୃହର ମର୍ଯ୍ୟାଦା ହାନି ହେବା ସହ ଏହା ଏକ ଦଳୀୟ କାର୍ଯ୍ୟକ୍ରମ ପରି ମନେ ହେଉଛି। ତେଣୁ ରାଜ୍ୟ ସରକାର ଏଥିରୁ କ୍ଷାନ୍ତ ହୁଅନ୍ତୁ ଓ ପରମ୍ପରା ଭାଙ୍ଗନ୍ତୁ ନାହିଁ।

ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ବିଧାନସଭା ପରିସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଅତିଥି କରିବା ଏକ ବଡ଼ ଅସଙ୍ଗତି। ତାଛଡ଼ା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗୁତୁତ୍ୱ ଦିଆ ଯାଇନାହିଁ। ଏହି ପ୍ରଶିକ୍ଷଣ ବ୍ୟତୀତ, ବିଜେପିର ରାଜ୍ୟ ମୁଖ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଧାନସଭାର ବାଚସ୍ପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ଦଳୀୟ କାର୍ଯ୍ୟକ୍ରମର ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାର ପରମ୍ପରା ରହିଥିଲାବେଳେ ସେ ଦଳୀୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଏକ ଅସଙ୍ଗତି ଓ ଏହା ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking