28.1 C
Bhubaneswar
Monday, September 21, 2026
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ସମ୍ବଲପୁର : ଜଣେ ନାବଳିକାଙ୍କୁ ଦୁଷ୍କର୍ମ କରିଥିବା ସୁମନ୍ତ ମିର୍ଦ୍ଧାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହିତ ୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି ସମ୍ବଲପୁରର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୨୦୨୦ ମସିହା ଏପ୍ରିଲ ୧ ତାରିଖରେ ସମ୍ବଲପୁର ଜିଲ୍ଲାର ଶାସନ ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଥିଲା। ରାତିରେ ନାବାଳିକା ଜଣଙ୍କ ଘରେ ଶୋଇଥିବା ବେଳେ ସୁମନ୍ତ ତାଙ୍କୁ ଉଠାଇ ଆଣି ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ପୁଲିସ୍ ସୁମନ୍ତ ମିର୍ଦ୍ଧାଙ୍କୁ ଗିରଫ କରିଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାରଣ କରି ସମ୍ବଲପୁରର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦଣ୍ଡାଦେଶ ଶୁଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking