31.1 C
Bhubaneswar
Wednesday, April 29, 2026
Homeଅପରାଧପ୍ରେମିକାକୁ ମାରିବା ପରେ ନିଜେ ନଦୀକୁ ଡେଇଁଲା ପ୍ରେମିକ

ପ୍ରେମିକାକୁ ମାରିବା ପରେ ନିଜେ ନଦୀକୁ ଡେଇଁଲା ପ୍ରେମିକ

ଛତିଶଗଡ଼ : ଛତିଶଗଡ଼ରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରିବା ପରେ ୨୫୦ କିମି ଦୂରକୁ ନେଇ ପାହାଡ଼ରୁ ଠେଲି ଦେଲେ ପ୍ରେମିକ । ଏହାପରେ ନିଜେ ବି ନଦୀକୁ ଡେଇଁ ଜୀବନ ଦେଲେ। ସୂଚନା ଅନୁଯାୟୀ, ମୃତା ମହିଳାଜଣକ ୩୮ ବର୍ଷୀୟା ସରକାର ସ୍କୁଲ ଶିକ୍ଷୟିତ୍ରୀ ସ୍ପପ୍ନା ବିଶ୍ୱକର୍ମା ବୋଲି ଜଣାଯାଇଛି। ତାଙ୍କ ପ୍ରେମିକ ୪୩ ବର୍ଷୀୟ ରାମ ଆଶିଷ ଉପାଧ୍ୟୟ। ଗତ ୮ ତାରିଖରେ ସାବିତ୍ରୀ ବିଶ୍ୱକର୍ମା ନାମ୍ନୀ ମହିଳା ଦଶରଙ୍ଗପୁର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଜୁଲାଇ ୨୭ ତାରିଖରୁ ନିଖୋଜ ଅଛି। ତା’ ସମ୍ପର୍କରେ କିଛି ପତ୍ତା ମିଳି ପାରୁନି। ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ତାଙ୍କ ମୋବାଇଲ ଟ୍ରାକିଂ କରି ଶେଷ ଲୋକେସନ ଅଗଷ୍ଟ ୧ ତାରିଖରେ ବେମେତରା ଜିଲ୍ଲାର ଲୋଲେସରାରେ ଦେଖାଇଥିଲା। ଏହାପରେ ପୁଲିସ୍‌ ସିସିଟିଭି ଯାଞ୍ଚ କରି ଉକ୍ତ ଘରେ ପହଞ୍ଚିଥିଲା। ଘର ମାଲିକ ରଘୁନାଥ ସାହୁଙ୍କୁ ପଚରାଉଚରା କରିବାରୁ ସେ ରାମ ଆଶିଷ ଉପାଧ୍ୟୟ ନାମକ ବ୍ୟକ୍ତିଙ୍କୁ ଘର ଭଡ଼ାରେ ଦେଇଥିବା କହିଥିଲେ ।ଏହାପରେ ତାଙ୍କୁ ଅଧିକ ପଚରାଉଚରା କରିବାରୁ ସେ କହିଥିଲେ, ଗତ ୨ ତାରିଖରେ ଆଶିଷ ତାଙ୍କୁ ଫୋନ୍‌ କରି ସେ ଭଡ଼ାରେ ରହୁଥିବା ଘରକୁ ଯିବାକୁ କହିଥିଲେ। ସେ ସେଠାରେ ପହଞ୍ଚିବା ପରେ ଆଶିଷ ନିଜ ପ୍ରେମିକା ସ୍ୱପ୍ନାଙ୍କୁ ହତ୍ୟା କରିବା କଥା କହିବା ସହ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହାପରେ ରଘୁନାଥଙ୍କ କାର୍‌ରେ ସ୍ୱପ୍ନାଙ୍କ ମୃତଦେହକୁ ସେମାନେ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ଏହାପରେ ଘାଟି ଜାଗାରେ ମୃତଦେହକୁ ତଳକୁ ଫୋପାଡ଼ି ଚାଲି ଆସିଥିଲେ। ମାତ୍ର ଏହାପରେ ଆଶିଷଙ୍କୁ ଗିରଫଦାରୀ ଭୟ ଘାରିବାରୁ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୁଲିସ୍‌ ଖୋଳତାଡ଼ ଆରମ୍ଭ କରି ନଦୀରୁ ଆଶିଷଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଘାଟି ତଳୁ ସ୍ୱପ୍ନାଙ୍କ ମୃତଦେହ ଗଳିତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ୍‌ ଘର ମାଲିକ ରଘୁନାଥଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking