25.9 C
Bhubaneswar
Monday, April 6, 2026
Homeଓଡିଶାସ୍ୱାଧୀନତା ଦିବସରେ ୫୩୦୦୦ ଆଇସ୍‌କ୍ରିମ୍ ବଣ୍ଟାଯିବ

ସ୍ୱାଧୀନତା ଦିବସରେ ୫୩୦୦୦ ଆଇସ୍‌କ୍ରିମ୍ ବଣ୍ଟାଯିବ

ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍‌ସରା ଆଇସ୍‌କ୍ରିମ୍‌ସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ୍ ନାମକ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ । ଏହି ଅଭିଯାନ ଅଧିନରେ କମ୍ପାନୀ ୫୩୦୦୦ ଆଇସ୍‌କ୍ରିମ ବିତରଣ କରିବ ଯାହା ପ୍ରାୟ ୪ ଟନ୍ ଆଇସ୍‌କ୍ରିମ ସହ ସମାନ । ଏହି ଅଭିଯାନ ଭାରତର ୯ ରାଜ୍ୟ ଓ ୨୫ ସହରକୁ ଅନ୍ତର୍ଭୁକ୍ତ କରିବ । ଏହି ଆଇସ୍‌କ୍ରିମଗୁଡିକୁ ବିଭିନ୍ନ ଏନ୍‌ଜିଓ, ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଫାଉଣ୍ଡେସନ୍‌ରେ ବିତରଣ କରାଯିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଲୋକମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ଖୁସିର ଏକ ସ୍କୁପ୍ ଦେବା । ଫାଉଣ୍ଡର୍ ପାର୍ଟନର୍ ନେମଚାନ୍ଦ ଶାହ କହିଛନ୍ତି, ମୁସ୍କାନର ମୁଖ୍ୟ ଲକ୍ଷ୍ୟ ହେଉଛି  ସମାଜ ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଖୁସିଆଣିବା ଏବଂ ଆମର ୫୩ତମ ବାର୍ଷିକୀକୁ ପାଳନ କରିବା । ଆସନ୍ତା ଅଗଷ୍ଟ ୧୫ତାରିଖରେ ଭାରତର ୭୮ତମ ସ୍ୱାଧୀନତା ଦିବସରେ ଏହି ଅଭିଯାନକୁ ଶୁଭାରମ୍ଭ କରାଯିବ । ସେହିପରି କେୟୁର ଶାହ କହିଛନ୍ତି, ସମାଜର ବିଭିନ୍ନ ବର୍ଗ ନିକଟରେ ପହଂଚିବା ପାଇଁ ଏହି ସମସ୍ତ ପ୍ରୟାସ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking