26.1 C
Bhubaneswar
Thursday, April 30, 2026
Homeଓଡିଶାନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ନୀଳଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ନୀଳଗିରି ବାଲିଗୋହିରୀ ଠାରେ ଶ୍ରୀ ଜେନା ରହୁଥିବା ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି। ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲାରେ ଥିବା ପୈତୃକ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଶ୍ରୀ ଜେନାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ସେହି ମାମଲା ଆଧାରରେ ଆଜି ଏହି ଚଢ଼ଉ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ସମେତ ବୀମା, ବ୍ୟାଙ୍କ୍ ବାଲାନ୍ସ ଓ ଅନ୍ୟାନ୍ୟ ସଂପତ୍ତିର ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ସେ ମୟୂରଭଞ୍ଜର ବାରିପଦା ସଦରରେ ବିଡିଓ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking