34.1 C
Bhubaneswar
Sunday, February 22, 2026
Homeଓଡିଶାଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ମିଶନ ଶକ୍ତି ବଜାର ପରିଦର୍ଶନ

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ମିଶନ ଶକ୍ତି ବଜାର ପରିଦର୍ଶନ

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତ ଥା ମିଶନ ଶକ୍ତି, ମହିଳା ଓ ଶଶିୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଭୁବନେଶ୍ୱର ଏସ.ଆଇ.ଆର.ଡି କ୍ୟାମ୍ପସ୍‌ ସ୍ଥିତ ମିଶନ ଶକ୍ତି ବଜାର ପରିଦର୍ଶନ କରିଥିଲେ । ସେ ବଜାରରେ ପ୍ରଦର୍ଶିତ ବିଭିନ୍ନ ଉତ୍ପାଦ ଓ ସାମଗ୍ରୀ ବୁଲି ଦେଖିବା ସହ ମିଶନ ଶକ୍ତି ମହିଳା କାରିଗରମାନଙ୍କ ନିପୁଣତା ଓ ସେମାନଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ପଦାର୍ଥର ଉତ୍କୃଷ୍ଟତାର ପ୍ରଶଂସା କରିଥିଲେ । ମିଶନ ଶକ୍ତି ବଜାର, ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ପରମ୍ପରାର ଏକ ପ୍ରତୀକ । ଏହି ବଜାର ମିଶନ ଶକ୍ତିର ମା’ମାନଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇ ଦେଇଛି । ମାନ୍ୟବର ଉପ ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ, ରାଜ୍ୟ ସରକାରଙ୍କର ମିଶନ ଶକ୍ତି ସଦସ୍ୟାଙ୍କ ସାମାଜିକ ତଥା ଅର୍ଥନୈତିକ ସଶକ୍ତିକରଣ ଦିଗରେ ଉଦ୍ୟମକୁ ଦୃଢୋକ୍ତି ଦେଇଛି ।

ସେ ବଜାର ପ୍ରାଙ୍ଗଣରେ ଥିବା କୋରାପୁଟ କଫିର ଆଉଟଲେଟକୁ ଯାଇ ସେଠାରେ କଫି ପିଇବା ସହ ଓ ସ୍ଥାନୀୟ ଅର୍ଥନୀତି, ମହିଳାଙ୍କ ଭୂମିକା ଓ ଏକ ବିକଶିତ ଓଡିଶା ଗଠନରେ ରାଜ୍ୟର ମହିଳା ହସ୍ତଶିଳ୍ପୀଙ୍କୁ ସମର୍ଥନ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଉପମୁଖ୍ୟମନ୍ତ୍ରୀଙ୍କର ଏହି ପରିଦର୍ଶନ ମିଶନ ଶକ୍ତିର କାରିଗରମାନଙ୍କ ଅମୂଲ୍ୟ ଅବଦାନକୁ କେବଳ ସମ୍ମାନ ଜଣାଇବା ନୁହେଁ, ବରଂ ରାଜ୍ୟ ସରକାରଙ୍କ ଏହି ଶିଳ୍ପୀଙ୍କ ଦକ୍ଷତାକୁ ସମର୍ଥନ ଦର୍ଶାଉଛି । ରାଜ୍ୟସରକାର ଆଗକୁ ଏଭଳି ଆହୁରି ପ୍ଲାଟଫର୍ମ ସୃଷ୍ଟି କରି ହସ୍ତଶିଳ୍ପୀଙ୍କ ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି ପରିଦର୍ଶନ ସମୟରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭିନୀତ ଭରଦ୍ୱାଜ, ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ବରିଷ୍ଠ ସରକାରୀ ଅଧିକାରୀ ତଥା ବିଭାଗର ଅନ୍ୟାନ୍ୟ କର୍ମଚାରୀ ଏବଂ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ ସମିତିର ସଦସ୍ୟ ତଥା କାଲଗୁଡିର ସଦସ୍ୟମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking