33.1 C
Bhubaneswar
Thursday, May 7, 2026
Homeଓଡିଶାନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ସରକାର

ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ସରକାର

ଭୁବନେଶ୍ୱର : ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ପୁନଃ ତଦନ୍ତ ହେବ । ନବ ଦାସଙ୍କ ମୃତ୍ୟୁକୁ ଏହା ମଧ୍ୟରେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଗତ ବର୍ଷ ଜାନୁଆରୀ ମାସ ୨୯ ତାରିଖରେ ବିଜେଡି ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ଶ୍ରୀ ଦାସଙ୍କୁ ଗୁଳିମାଡ଼ କରାଯାଇଥିଲା । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ମେଡିକାଲରେ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଦୀର୍ଘ ଦିନ ପରେ ପୁଣି ଥରେ ନବଙ୍କ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଶ୍ରୀ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking