27.1 C
Bhubaneswar
Thursday, May 7, 2026
Homeଅପରାଧମୟୂର ତରକାରୀ କରି ବନ୍ଧା ହେଲେ ୟୁଟ୍ୟୁବର୍‌

ମୟୂର ତରକାରୀ କରି ବନ୍ଧା ହେଲେ ୟୁଟ୍ୟୁବର୍‌

ତେଲେଙ୍ଗାନା : ମୟୂର ତରକାରୀ କରି ୟୁଟ୍ୟୁବର୍‌ଙ୍କୁ ପଡିଲା ଭାରି । ଗିରଫ ହେଲେ ୟୁଟ୍ୟୁବର୍‌ । ୟୁଟ୍ୟୁବର୍‌ ଜଣଙ୍କ ହେଲେ ପ୍ରଣୟ କୁମାର। ନିଜ ୟୁଟ୍ୟବ୍‌ ଚ୍ୟାନେଲ୍‌ରେ ମୟୂର ତରକାରୀ କରି ବନ୍ଧା ହୋଇଛନ୍ତି ତେଲେଙ୍ଗାନାର ସିରସିଲା ଅଞ୍ଚଳର ପ୍ରଣୟ କୁମାର। ଅବୈଧ ଭାବେ ବନ୍ୟଜନ୍ତୁଙ୍କ ଶିକାର କରି ତାହାକୁ ଖାଦ୍ୟ ଭାବେ ଗ୍ରହଣ କରିବା ଅଭିଯୋଗରେ ଗତକାଲି ବନ ବିଭାଗ ପ୍ରଣୟଙ୍କୁ ଗିରଫ କରିଛି। ଏଥିସହ ପ୍ରଣୟ ଯେଉଁ ସ୍ଥାନରେ ମୟୂର ତରକାରୀ ପ୍ରସ୍ତୁତ କରିଥିଲେ ସେ ସ୍ଥାନକୁ ଛାନଭିନ କରିଛି ବିଭାଗ । ସେଠାରୁ ରକ୍ତ ଛିଟା ଓ ବିଭନ୍ନ ସାମ୍ପଲ ସଂଗ୍ରହ କରି ଫରେନସିକ୍‌ ଲାବ୍‌କୁ ପରୀକ୍ଷା ପାଇଁ ପଠାଇଛି। ଏଥିସହ ବଳିଥିବା ତରକାରୀର ସାମ୍ପଲକୁ ବି ପରୀକ୍ଷା ପାଇଁ ପଠା ଯାଇଛି। ଏହା ମୟୂର ମାଂସ ବୋଲି ପ୍ରମାଣିତ ହେଲେ ପ୍ରଣୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ଚେତାବନୀ ଦେଇଛନ୍ତି। ଏଥିସହ ଭିଡ଼ିଓର ବୈଧତା ମଧ୍ୟ ଯାଞ୍ଚ କରୁଛି ଟିମ୍‌। ଏନେଇ ସିରସିଲା ପୁଲିସ୍‌ ଏସ୍‌ପି କହିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁଙ୍କ ଅବୈଧ ଶିକାର କରୁଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking